ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ



କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁରୁ ଗ୍ରାମ ପଂଚାୟତରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ ଅନୁଷ୍ଠିତ ହୋଇଥରଲା । ଆଜିର ସମାଜରେ ଜଣେ ଚାଷୀ ଯେପରି ସାହାସିକତା ସହିତ ଚାଷକୁ ବୃତ୍ତି ଭାବେ ଗ୍ରହଣ କରି ଆମ ଦେଶକୁ ଖାଦ୍ୟ ଯୋଗାଇ ଦେଇଆସୁଛନ୍ତି । ସେମାନେ ତାଙ୍କର ପରିଶ୍ରମ ଓ ଦକ୍ଷତା ଯୋଗୁଁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଚାଷୀମାନଙ୍କ ପରିଶ୍ରମ, ନିଷ୍ଠା ଓ ନିଃସ୍ୱାର୍ଥ ପର ସେବା ନିମନ୍ତେ ଆଜି ସେହି ଚାଷୀମାନଙ୍କୁ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯଦୁପୁରୁ ଗ୍ରାମ ପଂଚାୟତ ସରପଂଚ ସଂଜୁକ୍ତା ଜେନା, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ନିରଞ୍ଜନ ପରିଡା, ସମ୍ମାନିତ ଅତିଥି ଭାବେ ଦିବାକର ସାହୁ, ଭିକାରି ବେହେରା, ସମାଜସେବୀ ଅମରବର ବିଶ୍ୱାଳ, ଶିଶିର ବିଶ୍ୱାଳ, ମୁଖ୍ୟ ପରିଚାଳକ ସତିଶ ଚନ୍ଦ୍ର ରାଉତରାୟ, ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସେକ୍ରେଟାରୀ ରାଜ କିଶୋର ପ୍ରଧାନ, ସୁପ୍ରଭା ମଲ୍ଲିକ ଓ କେନ୍ଦ୍ରାପଡା ସଂଯୋଜକ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକର୍ମକୁ ସଫଳ କରିଥିଲେ ।


Next Post

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

Thu Nov 30 , 2023
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ ତହସିଲ୍ କାର୍ଯ୍ୟାଳୟର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାର ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ […]