ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,କ୍ଷତ ବିକ୍ଷତ ମୃତଦେହ ଊଦ୍ଧାର



କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଂଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି । ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଖୋଜାଖୋଜି କଲା ପରେ କିଛି ଦୁରରୁ ତାଙ୍କ କ୍ଷତବିକ୍ଷତ ମୃତ ଶରିରକୁ ଉଦ୍ଧାର କରାଯାଇଛିି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତକରି ବବେଛେଦ ପାଇଁ ୍ଣଳନ୍ଦ୍ରାପଡା ମୁକ୍ଷ ଚିକିତ୍ସାଳୟ ପଠାଇ ଉକ ମାମଲା ରୁଜୁ କରିଁଛି ।
ସୂଚନାଯୋଗ୍ୟା ଯେ, ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ତୃତୀୟ ଘଟଣା । ଗତ ପହିଲି ରଜ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ନିମପୂରୁ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ନାମକ ୧୦ ବର୍ଷର ନାବାଳକକୁ କୁମ୍ଭୀର ଟାଣି ନେଇ ମାରି ଦେଇଥିବା ବେଳେ ଗତ ସପ୍ତା ବୁଧବାର ୨୧ ତାରିଖରେ ରାଜନଗର ହାତିଆଗଡି ଗାଁର ଜଣେ ୪୫ ବର୍ଷୀୟା ମହିଳା ସୀତାରାଣୀ ଦାସଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା । ଆଉ ଆଜି ଗଙ୍ଗାଧର ତରାଇଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଛି । କୁମ୍ଭୀର ଆକ୍ରମଣରେ ତିନି ତିନୋଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।


Next Post

ପାଣି ଯୋଗୁଁ ଚାଷ କାମରେ ବାଧା ,ବିହନ ବୁଣୀ ବର୍ଷାକୁ ଚାହିଁଛି ଚାଷୀ

Fri Jun 30 , 2023
ପଟ୍ଟାମୁଣ୍ଡାଇ୨୮.୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନକ ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ । ଦିନ […]

KANIKA