ବେଆଇନ ପାର୍କିଂ କରୁଥିଲେ ସାବଧାନ, ହେବ କଡା କାର୍ଯ୍ୟାନୁଷ୍ଠାନ


ପଟ୍ଟାମୁଣ୍ଡାଇ ୩ା୭-ପଟ୍ଟାମୁଣ୍ଡାଇ ସହରରେ ଗାଡି ବେଆଇନ ପାକିଂ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ ! ଯଦି ଆପଣ ମାନେ ରାସ୍ତା ଉପରେ ଗାଡି ପାର୍କ କରୁଛନ୍ତି ତେବେ ସୁଧୁରି ଯାଆନ୍ତୁ ନଚେତ ଏହାପାଇ ଗଣିବାକୁ ପଡିବ ତଣ୍ଡ । ବେଆଇନ ପାର୍କିଂକୁ ନେଇ ଏଭଳି କୋଠର ପଦକ୍ଷେପ ଗ୍ରହଣ କରିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ।

ପଟ୍ଟାମୁଣ୍ଡାଇ ସହର ମୁଖ୍ୟ ଜନଗହଳୀ ରାସ୍ତା ବାଇପାସ୍ ଠାରୁ ଆରମ୍ଭ କରି କଲେଜ୍ ରୋର୍ଡ ଡେଲଟା ପର୍ଯ୍ୟନ୍ତ ପାର୍କିଂ ସମସ୍ୟା ଏବେ ସୀମା ଟପିଲାଣି । କେତେକ ଅମାନିଆ ବିଭିନ୍ନ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ତଥା ରାସ୍ତା ଉପରେ ବେଆଇନ ଯାନବାହନ ପାର୍କିଂ କରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ଅଯଥା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏଥି ନେଇ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ସୋମବାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ରୋଡରେ ବେଆଇନ ପାର୍କିଂ କରିଥିବା ଗାଡିକୁ ଜବତ କରି ଗାଡିକୁ ସିଧା ଉଠାଇ ନେଇଛି । ଯାହାକୁ ନେଇ ସାଧାରଣ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି । ତେବେ ପଟ୍ଟାମୁଣ୍ଡାଇ ପୋଲିସ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ପୋଲିସର ଏକ ସ୍ୱତନ୍ତ୍ର ଦଳ ସହରର ବିଭିନ୍ନ ଅଂଚଳରେ ବୁଲି ଅନୈତିକ ପାର୍କିଂ ହଟାଇବା ସହ ନିୟମ ଉଲ୍ଲଂଘନ ନକରିବାକୁ ବୁଝାସୁଝା ମଧ୍ୟ କରିଥିଲେ । ତେବେ ଆଗାମୀ ଦିନରେ ମଧ୍ୟ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ପୋଲିସ ଏଭଳି ଚଢ଼ାଉ ଜାରି ରଖିବା ସହିତ ଖିଲାପକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତ ସୂଚନା ଦେଇଛନ୍ତି ।


Next Post

ବନମହୋତ୍ସବ ଅବସରରେ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା

Mon Jul 3 , 2023
ପଟ୍ଟାମୁଣ୍ଡାଇ ୩.୭-ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଅଭିପସା ପକ୍ଷରୁ ପରିବେଶ ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାଦାମବାଡ଼ି ପ୍ରଶାନ୍ତି ଶିକ୍ଷାଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସହର ସମେତ କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଚିତ୍ରକରମାନେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରଙ୍ଗତୁଳି ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ […]

You May Like