ନିଖୋଜ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର



ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ ପାତ୍ରଙ୍କ ପୁଅ ନାରାୟଣ ପାତ୍ର (୨୮) ଗତ ତିନି ଦିନ ତଳୁ  ନିଖୋଜ ଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମଙ୍ଗଳବାର ଆଳି ମାଣିକପାଟଣା ନିକଟ ବ୍ରାହ୍ମଣୀ ନଦୀରେ  ନାରାୟଣଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ନାରାୟଣଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ କଳା ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି । ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।


Next Post

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ସମେତ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ନିଷ୍ପତ୍ତି

Tue Jul 4 , 2023
କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ସ୍କୁଲ […]

You May Like