ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ସମେତ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ନିଷ୍ପତ୍ତି


କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ସ୍କୁଲ ପ୍ରତି ପ୍ରଶାସନର ଅବହେଳାକୁ ପ୍ରମାଣିତ କରିଛି ବୋଲି ପୁରାତନ ଛାତ୍ରସଂସଦ ଓ ଅଭିଭାବକ ସଂଘ ଅଭିଯୋଗ କରିଛି ।

ଆଜି ଏମଏନ ହାଇସ୍କୁଲର ବିଭିନ୍ନ ସମସ୍ୟା ସମାଧାନ ପାଇଁ କସ୍ତୁରୀ କଳା ନିକେତନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଧାରଣା ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି I ଏହି ଉପଲକ୍ଷେ ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା,ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ପ୍ରଫେସର ବୈଷ୍ଣବ ଚରଣ ସିଂହ ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାସ,ଉପସଭାପତି ଇତିଶ୍ରୀ ଦାଶ, ଅଭିଭାବକ ସଂଘ ସମ୍ପାଦକ ଆଡ଼ଭୋକେଟ ବିଦ୍ୟାଭୂଷଣ ଦାଶ,କାଉନସିଲର ଲଷ୍ମୀପ୍ରିୟା ସାହୁ, ଶିକ୍ଷାବିତ ନାରାୟଣ ଜେନା,ଯୁବନେତା ତପନ ପାତ୍ର, ଦେବାଶିଷ ପ୍ରଧାନ, ହରିଶ୍ଚନ୍ଦ୍ର ତରାଇ, ଦେବାଶିଷ ସାମଲ, ଚନ୍ଦନ ପାତ୍ର,ସୌଦାମିନୀ ବେହେରା, ଅମିତା ରାଉଳ,ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସର୍ବ ପୁରାତନ ମନ୍ମଥନାଥ ହାଇସ୍କୁଲରେ ୯ମ ଓ ଦଶମ ଶ୍ରେଣୀରେ ୫୬୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି I ଦିର୍ଘଦିନ ଧରି  ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇପାରିଲା ନାହିଁ । ନିକଟରେ ସରକାର ବିଭିନ୍ନ ଜିଲ୍ଲା ସମେତ କେନ୍ଦ୍ରାପଡା ଜିଲ୍ଲାର ଅନ୍ୟାନ ସ୍କୁଲରେ କ୍ଲାସ-୨ ପ୍ରଧାନ ଶିକ୍ଷକ ପଦବୀ ପୁରଣ କରିଥିଲେ ମଧ୍ୟ ଏମଏନ ହାଇସ୍କୁଲକୁ ବାଦ୍ ଦିଆଯାଇଛି, ବିଦ୍ୟାଳୟରେ ୧୧ଟି ଶିକ୍ଷକ ପଦବୀ ଓ ୪ ଟି ଅଣ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପାଠପଢାରେ ଘୋର ବିଭ୍ରାଟ ସୃଷ୍ଟି ହେଉଛି ।ଏଥି ସହିତ ୫ଟି ରୂପାନ୍ତକରଣ କାର୍ଯ୍ୟ ଠିକଣା ଭାବେ କରାଯାଇ ନଥିବାରୁ ଦୁଇଟି ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ ବୋର୍ଡ ନଥିବା ଓ ଏନ ସି ସି, ସ୍କାଉଟ,ସ୍ପୋର୍ଟ୍ସ ରୁମ ରୂପାନ୍ତକରଣ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଏମ ଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ଖାଲି ପଡ଼ିଥିବା ଶିକ୍ଷକ କର୍ମଚାରୀ ନିଯୁକ୍ତି ନଦେଲେ ପୁରାତନ ଛାତ୍ରସଂସଦ ଓ ଅଭିଭାବକ ସଂଘ ପକ୍ଷରୁ ଗଣଧାରଣା ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ସଞ୍ଜୟ ବର୍ମା ଧନ୍ୟବାଦ ଦେଇଥିଲେ I


Discover more from

Subscribe now to keep reading and get access to the full archive.

Continue reading