‘ସମାନ ନାଗରିକ ସଂହିତା ନୂଆ ଭାରତର ଆବଶ୍ୟକତା’


କେନ୍ଦ୍ରାପଡ଼ା ୭ା୭: ସାମାଜିକ ଅନୁଷ୍ଠାନ ଜୟ ରାଷ୍ଟ୍ର ପକ୍ଷରୁ “ସମାନ ନାଗରିକ ସଂହିତା: ଆଧୁନିକ ଭାରତର ଆବଶ୍ୟକତା” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ବଳଦେବଜୀଉ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ହୃଷୀକେଶ ରଥ ସମାନ ନାଗରିକ ସଂହିତା ମାନବ ସଭ୍ୟତାର ଆବଶ୍ୟକତା ବୋଲି କହିବା ସହିତ ବିଶ୍ୱର ଅନେକ ରାଷ୍ଟ୍ରରେ ବିକାଶ ର ଆଧାର ପାଲଟିଛି ବୋଲି ମତ ଦେଇଥିଲେ । ଆଲୋଚନାଚକ୍ର ର ଅନ୍ୟତମ ବକ୍ତା ଲେଖିକା ନବ ଜ୍ୟୋତି ରାୟ କହିଲେ, ଗୋଟିଏ ଦେଶ ଗୋଟିଏ ଆଇନ ଆଜିର ଆବଶ୍ୟକତା ହୋଇପାରେ କିନ୍ତୁ ବହୁ ପୂର୍ବରୁ ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ଦାବି ହୋଇ ଆସିଛି । ନ୍ୟାୟିକ ସମାନତା ପାଇଁ ସମାନ ନାଗରିକ ସଂହିତା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଆମ ଦେଶରେ ନାନା ବିବିଧତା ଥାଇ ପାରେ କିନ୍ତୁ ସମାନ ନାଗରିକ ସଂହିତା ଏହି ବିବିଧତା କୁ ଏକ ନୂଆ ରଙ୍ଗ ଦେବ ବୋଲି କାର୍ଯ୍ୟକ୍ରମ ର ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ପାଣି ନିଜ ଅଭିଭାଷଣରେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରୀ ଅଂଶୁଯା ପାଣି ସମାନ ନାଗରିକ ସଂହିତା ସପକ୍ଷରେ ବକ୍ତବ୍ୟ ପ୍ରଦାନ କରି ଆୟୋଜିତ କାର୍ଯ୍‌ଯକ୍ରମରେ ପଙ୍କଜ ସିହ୍ନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାନୁ ପ୍ରିୟା ଖଟୁଆ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ସୌମ୍ୟା ସାଲୋନି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ଯଶସ୍ୱୀ ଜନନେତା ଭାଗବତବାବୁଙ୍କ ଜୟନ୍ତୀ ଓ ପ୍ରତିମୃତ୍ତି ଉନ୍ନୋଚନ ଉତ୍ସବ

Sat Jul 8 , 2023
କେନ୍ଦ୍ରାପଡ଼ା, ୭ା୭ : ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧିଶ ଡଃ ମଦନ ମୋହନ ଦାସ ଶ୍ରୀ ମହାନ୍ତିଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଶ୍ରୀ ମହାନ୍ତିଙ୍କୁ ଜଣେ ବିଶିଷ୍ଟ ଜନନାୟକ ତଥା ସଚ୍ଚୋଟ ଓ ନୀତିନିଷ୍ଠ ବ୍ୟକ୍ତିତ୍ୱର […]

You May Like