ଜୁଲାଇ ୧୪ ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରାପଡା ନଗର କଂଗ୍ରେସର ନିଷ୍ପତ୍ତି


କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ଦୃଢ ନିନ୍ଦା କରାଯିବା ସହ ଆସନ୍ତା ଜୁଲାଇ ୧୪ ଶୁକ୍ରବାର ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ ନଗର କଂଗ୍ରେସ ତରଫରୁ ନିବେଦନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ବୈଠକରେ ଯୋଗଦେଇ ବ୍ଲକରେ ଦୁର୍ନିତି ସବୁକାଳର ସୀମା ଟପିଛି ଓ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ବ୍ଲକ ଓ ନଗର କଂଗ୍ରେସ ସଂଗଠନ ବ୍ଲକ ଅଫିସ ଘେରାଉ କରାଯିବାର ସମୟୋଚିତ ତଥା ସାହାସିକ ନିଷ୍ପତ୍ତି ନେଇଥିବାରୁ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ଓ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତା ଜୁଲାଇ ୧୪ ଶୁକ୍ରବାର ଦିନ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ସକାଳ ୧୦ଟା ସମୟରେ ଏକ ବିରାଟ ମୋଟର ସାଇକେଲ ରାଲି ବାହାରି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ, ଫରଜନ୍ ଛକ ଓ ସାନ୍ତସାହି ପୋଲ ଦେଇ ବ୍ଲକରେ ପହଞ୍ôଚବ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ମାନପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି । ଆଜିର ଏହି ବୈଠକରେ ସର୍ବଶ୍ରୀ ଜିଲ୍ଲା ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାସ, କଂଗ୍ରେସର ବରିଷ୍ଠ ନେତା ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଆଶିଷ ମେକାପ, ଉମାଶଙ୍କର ଜେନା, ଗଣେଶ ମେକାପ, କାଳି ପଣ୍ଡା, କାହ୍ନୁ ଚରଣ ପଣ୍ଡା, ବିଭୂତି ଭୂଷଣ ଦାସ, ଆଦିତ୍ୟ ପତି, ସେକ୍ ଚାନ୍ଦ ବାବୁ, ରତିକାନ୍ତ ସାମଲ, ସୁବାଷ ଚନ୍ଦ୍ର ମାହାଳିକ, ପ୍ରଶାନ୍ତ ମିଶ୍ର, ସୁଜୟ ଦାସ, ଓସିଭିଲ୍ଲା ଖାଁ, ଗୁଣ୍ଡିଚା ମଲ୍ଲିକ, ପ୍ରଶାନ୍ତ ବେହେରା ଓ ହିମାଂଶୁ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।


Next Post

ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି

Wed Jul 12 , 2023
  ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ ଲିଫ୍ଟ ଦେବାକୁ କହି ନିକଟସ୍ଥ ନିଛାଟିଆ ଜାଗାରେ ବୃଦ୍ଧାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ଛାଡି ଯାଇଥିଲେ । ପରେ ଗାଁ ଲୋକମାନେ ଖବର ପାଇଁ ତାଙ୍କୁ ମେଡିକାଲ […]

KANIKA