କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି ହୋଇଥିବା ପାତରଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡିକ ହେଉଛି ୬୬୨ ଓ ୪୪୮ ବର୍ଗର ସମାନ ଧାରାରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କ ଦରମା ୨୦୨୧ ମସିହାରେ ଡିସେମ୍ବର ମାସ ୨୩ ତାରିଖରେ ସମାନ କରାଯାଇଥିଲା । ଏହି ଦୁଇବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରାୟ ଏକବର୍ଷ ଧରି ସମାନ ଦରମା ପାଉଥିବାବେଳେ ୨୦୨୩ ମସିହା ଜାନୁୟାରୀ ମାସରେ ୬୬୨ ବର୍ଗର ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଦରମା ୪୪୮ ବର୍ଗର ଅଧ୍ୟାପକ/ଅଧ୍ୟାପିକାମାନଙ୍କଠାରୁ ୧୦ହଜାର ଟଙ୍କା କମାଇ ଦିଆଯାଇଛି । ଏହା ବିରୋଧରେ ଗତ ଫେବୃୟାରୀ ୧୩ ତାରିଖଠାରୁ ୬୬୨ ବର୍ଗ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଏହି ଦାବି ପୂରଣ ପାଇଁ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଚାଲୁରହିଛି । ସେହି ଦାବିଗୁଡିକ ହେଉଛି ୨୦୦୮ ଜି.ଓ.ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୨୦୦୯ ଜି.ଓ.ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହିତ ଗ୍ରେଡ୍ ପେ’ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବା, ଅବସର ନେଇଥିବା ସମସ୍ତ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ରାଶି ପ୍ରଦାନ କରାଯିବା ଓ ୨୦୧୮ ଜି.ଓ.ରେ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରାଯିବା ଓ ବିଭିନ୍ନ ଅସଂଗତିରେ ବାଦ୍ ପଡିଥିବା ୨୦୦୮ ଓ ୨୦୧୪ ଜି.ଓ.ର କର୍ମଚାରୀମାନଙ୍କୁ ଅନୁଦାନର ପରିସରଭୁକ୍ତ କରାଯିବା । ସଂଘର ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ର, ଅଧ୍ୟାପକ ରସାନନ୍ଦ ମହାନ୍ତି, ବିଳାସ ଦାସ, ଅଭିନ୍ନ ସ୍ୱାଇଁ, ଗଦାଧର ବେହେରା, ପ୍ରଦୀପ ଜେନା, ବିକାଶ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଶତାଧିକ ଅଧ୍ୟାପକ/ଅଧ୍ୟାପକା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଗାନ୍ଧୀମାର୍ଗସ୍ଥିତ ଆନ୍ଦୋଳନରେ କୌଣସି ସୁଫଳ ମିଳୁନଥିବାରୁ ଏହାର ପ୍ରତିବାଦ ସ୍ୱରୂପ ୩୦ଟି ଜିଲ୍ଲା ସହିତ କେନ୍ଦ୍ରାପଡା ଜିଲ୍ଲାରେ ଆଜି ଏହି ପ୍ରତିବାଦ କରାଯାଇଛି ।
kanikanews.in
Next Post
ଦୁଇଟି ସନ୍ତାନ ଆଇନ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
Thu Jul 13 , 2023
କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଉପସଭାପତି ସୁଧୀର ପରିଡା ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ହେଉଛି ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନସଂହିତା ଆଇନ ପ୍ରଣୟନ ସହିତ ଜାତି, […]

You May Like
- 2 years ago
କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର
- 10 months ago
ପଟ୍ଟାମୁଣ୍ଡାଇ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା
- 2 years ago
କଜଳବନ୍ଧରେ ଶିଶୁମହୋତ୍ସବ ସୁରଭି