ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକଉତ୍ସବ


ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌର ହିତ୍ୟ ଓ ଆଚାର୍ଯ୍ୟା ଶିବାନୀ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ସଂକୁଳ ପ୍ରମୁଖ ଗୋଲକ ବିହାରୀ ଭୂୟାଁ, ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ସି ଆର ସି ସି ସଞ୍ଜୟ ସାହୁ ସମ୍ମାନିତଅତିଥି ଭାବେ ଗୁଣାତ୍ମକ ଶିକ୍ଷା ପ୍ରସାର ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସତ୍ୟବାଦୀ, ନିର୍ଭିକ ହେବା ସହିତ ଏକାଗ୍ରତାର ସହିତ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେI ବିଦ୍ୟାମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷା ମନସ୍ମିତା ସାହୁ ଏବଂ ସଦସ୍ୟା ସୁମିତ୍ରା ବେହେରା ମଞ୍ଚାସୀନ ଅତିଥି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଚାଳନା ସମିତି ସଭାପତି ବାବୁରାମ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହିତ ବାହନ ଚାଳକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାମନ୍ଦିର ପକ୍ଷରୁ ଭାରତୀୟ ସଂସ୍କୃତି, ସନାତନ ଧର୍ମ, ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ଦିଗରେ ପରିବେଷିତ ନୃତ୍ୟ ସଙ୍ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।ଏଇ ଅବସରରେ ବିଦ୍ୟାମନ୍ଦିର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଉତ୍ସବରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସମସ୍ତ ସଦସ୍ୟ,ଗୁରୁଜୀ ଗୁରୁମା, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ମାଦ୍ରାସା ବାହାରୁଲ ଓଲୁମରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମଜୟନ୍ତୀ ପାଳିତ

Sun Feb 16 , 2025
କେନ୍ଦ୍ରାପଡ଼ା,୧୬ା୨: କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ରଣପଡା ମାଦ୍ରାସା ବାହାରୁଲ ଓଲୁମଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମ ଜୟନ୍ତୀ କୁନିକୁନି ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜକ ସମାଜସେବୀ ସେକ ଶାବିର ହୁସେନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପବିତ୍ର ଦିବସରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରତିଯୋଗିତା […]

KANIKA