ଦୁଇଟି ସନ୍ତାନ ଆଇନ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଉପସଭାପତି ସୁଧୀର ପରିଡା ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ହେଉଛି ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନସଂହିତା ଆଇନ ପ୍ରଣୟନ ସହିତ ଜାତି, ବର୍ଣ୍ଣ, ଧର୍ମ ଓ ଭାଷା ନିର୍ବିଶେଷରେ ସବୁ ନାଗରିକଙ୍କ ପାଇଁ ଦୁଇ ସନ୍ତାନ ଆଇନ ଲାଗୁ କରାଯିବା । ଦେଶରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଶିକ୍ଷା, ବେରୋଜଗାରୀ, ଲୁଣ୍ଠନ, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମାନ୍ତୀକରଣ ଆଦି ବୃଦ୍ଧି ପାଉଛି । ତେଣୁ ଭାରତବର୍ଷର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସବୁ ନାଗରିକଙ୍କ ପାଇଁ ଏହି ଆଇନ ତୁରନ୍ତ ପ୍ରଣୟନ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading