ବାଛରା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ବାଛରା ସରପଂଚ ରଂଜିତା ସାହୁ (ରାଉତ ), ସମିତିସଭ୍ୟା ସୁମିତ୍ରା ସାହୁ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା । ଏଥିରେ ଆବାସ, ରାସନକାର୍ଡ ଓ ଭତାକୁ ମିଶାଇ ଆଗତ ୩୫ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୫ ଜଣ ଭତା ପାଇଁ ଆବେଦନ କରିଥିବାବେଳେ ଶ୍ରମିକ କାର୍ଡ- ୧୮ଜଣ ଆବେଦନ କରିଥିଲେ । ଏଥି ସହିତ ଡିଡିୟୁଜିକେୱଇ – ୫ଜଣ, ବ୍ୟାଙ୍କ୍ ସଂଯୋଗିକରଣ – ୪ଜଣ, କେ ସି ସି ଡାଏରୀ- ୧ ଏମଇସିଜି-୪ଜଣଙ୍କୁ ସାମିଲ କରାଯାଇଥିବାବେଳେ ୫୦ ଗାଇଗୋରୁଙ୍କୁ ଟୀକା ଦିଆଯିବା ସହିତ ଗୋଟିଏ ଜଳ ପରୀକ୍ଷା କରାଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ପଂଚାୟତ ନିର୍ବାହୀ ଅଧିକାରୀ ମଞ୍ଜୁଲତା ଦାସ ,ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ଓ ସୁମିତ୍ରା ବିଶ୍ୱାଳ,ଏସଇଓ ଉଦାର ସୁନ୍ଦର ସ୍ୱାଇଁ ,ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।


Next Post

ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ଘଟଣାରେ ମୁଖ୍ୟ ଆସାମୀ ସମେତ ୬ ଗିରଫ, ବ୍ୟବହୃତ କାର ଓ ବାଇକ ଜବତ

Tue Jul 18 , 2023
କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ବ୍ୟବହୃତ ୨ଟି କାର, ୩ଟି ବାଇକ, ୫ଟି ମୋବାଇଲ ଫୋନ ଓ ଦୁଇଟି କୋଦାଳ ବେଣ୍ଟ ଜବତ କରିଛି ପୋଲିସ । ସୋମବାର ଅପରାହ୍ନରେ ମାର୍ଶାଘାଇ ଥାନାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଏସପି ମଡ଼କର ସମ୍ବିତ ସମ୍ପଦ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା […]

KANIKA