ଖବରଦାତାଙ୍କ ଅକାଳ ବିୟୋଗ


ଡେରାବିଶ: ୩୦/୧୦  -କେନ୍ଦ୍ରାପଡା ଜିଲା ଡେରାବିଶ ଅଞ୍ଚଳର ସମାଜସେବୀ, ସେବାୟତ ତଥା ବରିଷ୍ଠ ଖବରଦାତା (କରୁଣାକର କର) କନି ନନାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କେନ୍ଦ୍ରାପଡା ମୂଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ପ୍ରଗତିବାଦୀ ଖବର କାଗଜରେ ବର୍ଷ ବର୍ଷ ଧରି ଖବରଦାତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଆମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଖବରଦାତା ମହଲରେ ଶୋକର ଛାୟା ଖେଳିଯାଇଛି ।


Next Post

ସରକାରୀ ଓକିଲଙ୍କ ଦୁର୍ନୀତି ନିବାରଣ ଶପଥ ପାଠ

Fri Oct 31 , 2025
କେନ୍ଦ୍ରାପଡ଼ା,୩୦ା୧୦:କେନ୍ଦ୍ରାପଡା ଜିଲ୍ଲା ଅଦଲତ ପରିସରରେ ଥିବା ପବ୍ଲିକ ପ୍ରସିକ୍ୟୁଟର ସୈାଭାଗ୍ୟବତୀ ଅହଲ୍ୟାମଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ସରକାରୀ ଓକିଲ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ପଟ୍ଟନାୟକ ସମସ୍ତ ସରକାରୀ ଓକିଲମାନଙ୍କୁ ଏହି ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା, ମୋନାଲିସା ବିଶ୍ୱାଳ, ସରୋଜ କୁମାର ମଲ୍ଲିକ, ସୁରେଶ ନାୟକ, ରମାକାନ୍ତ ସ୍ୱାଇଁ, ସହକାରୀ ନିର୍ଦ୍ଦେଶକ (ପ୍ରସିକ୍ୟୁସନ) […]

KANIKA