ଦିହୁଡିପୁର ସମିତିସଭ୍ୟ ଉପନିର୍ବାଚନ ପାଇଁ ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ


ପଟ୍ଟାମୁଣ୍ଡାଇ ୧୮ା୭-ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ପୁରାଦମରେ ଲାଗିପଡିଛନ୍ତି । ଏହି ଉପନିର୍ବାଚନ ପାଇଁ ଶାସକ ବିଜେଡି ସମର୍ôଥତ ପ୍ରାର୍ଥୀ ଭାବେ ପ୍ରମିଳା ଖଟୁଆ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଝରଣା ପ୍ରଧାନ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଯଶୋଦା ଖଟୁଆ ନିଜର ପ୍ରାର୍ଥୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଶୁଭ୍ରାଂଶୁ ସାହୁଙ୍କ ନିକଟରେ ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ଯାଂଚ ବେଳେ ଏହି ଉପନିର୍ବାଚନରେ ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୩ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ ରହିଛି ବୋଲି ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନୀ ଚିତ୍ର ସ୍ପଷ୍ଟ ହେବା ଆଶା କରାଯାଉଛି ।


Next Post

କେନ୍ଦ୍ରାପଡା ଜିଲ୍ଲା “ଭୂମି ସମ୍ମାନ”ରେ ପୁରସ୍କୃତ

Tue Jul 18 , 2023
କେନ୍ଦ୍ରାପଡ଼ା,୧୮ା୭: ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩” ଭାବରେ ପୁରସ୍କୃତ ହୋଇଛି । ନୂଆ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ପୁରସ୍କାର ଗ୍ରହଣ କରିବା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର […]

KANIKA