ଦିହୁଡିପୁର ସମିତିସଭ୍ୟ ଉପନିର୍ବାଚନ ପାଇଁ ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ


ପଟ୍ଟାମୁଣ୍ଡାଇ ୧୮ା୭-ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ପୁରାଦମରେ ଲାଗିପଡିଛନ୍ତି । ଏହି ଉପନିର୍ବାଚନ ପାଇଁ ଶାସକ ବିଜେଡି ସମର୍ôଥତ ପ୍ରାର୍ଥୀ ଭାବେ ପ୍ରମିଳା ଖଟୁଆ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଝରଣା ପ୍ରଧାନ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଯଶୋଦା ଖଟୁଆ ନିଜର ପ୍ରାର୍ଥୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଶୁଭ୍ରାଂଶୁ ସାହୁଙ୍କ ନିକଟରେ ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ଯାଂଚ ବେଳେ ଏହି ଉପନିର୍ବାଚନରେ ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୩ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ ରହିଛି ବୋଲି ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନୀ ଚିତ୍ର ସ୍ପଷ୍ଟ ହେବା ଆଶା କରାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading