ବଦଳି ଆଦେଶକୁ ଦେଖାତିର କରି ଗାଦି ଛାଡୁ ନାହାନ୍ତି ଅଧ୍ୟାପକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସେଠାରେ ଛାତ୍ର ଅଶାନ୍ତି ସୃଷ୍ଟି ହେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ସଂଖ୍ୟା- ୨୪୭୫୩ ତା ୯.୦୬.୨୦୨୩ରିଖରେ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ପ୍ରଶାସନିକ ଦୃଷ୍ଟିକୋଣରୁ ରାଜକନିକା ଏସ.ଏନ. ମହାବିଦ୍ୟାଳୟକୁ ବଦଳି ନିର୍ଦେଶନାମା ପ୍ରକାଶ ପାଇଛି । କିନ୍ତୁ ଅଦ୍ୟାବଧି ସେହି ଅଧ୍ୟାପକ ଜଣଙ୍କ ଓଳାଭର ମହାବିଦ୍ୟାଳୟରୁ ଭାରମୁକ୍ତ ହୋଇ ନଥିବା ଏବଂ ଏସ.ଏନ. ମହାବିଦ୍ୟାଳୟରେ ଯୋଗଦେଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଉକ୍ତ ଅଧ୍ୟାପକ ଜଣଙ୍କ ସେଠାରୁ ଭାରମୁକ୍ତ ନହେଉଥିବାରୁ ସେହି ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଥିବା ବେଳେ ଏନେଇ ଛାତ୍ର ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଉକ୍ତ ଅଧ୍ୟାପକଙ୍କୁ ଓଳାଭର ମହାବିଦ୍ୟାଳୟରୁ ଭାରମୁକ୍ତ କରାଯିବାକୁ ସୁମନ୍ତ ମଲିକ, ସୁକାନ୍ତ ବେହେରା, ଶ୍ରୀନିବାସ ସାହୁ, ପ୍ରତାପ ମହାନ୍ତି, ରାଜକିଶୋର ବେହୁରା, ସତ୍ୟବାଦୀ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତାଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ।


Next Post

ମଣିଷ ଖିଆ କୁମ୍ଭୀରକୁ ଧରି ନଦୀରେ ଛାଡ଼ିଲା ବନ ବିଭାଗ

Thu Jul 20 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଂଜ ଅଫିସର ଚିତରନ ବେହୁରା, କନିକା ରେଂଜ ଅଫିସର ମାନସ ଦାସ, ଫରେଷ୍ଟର ବିଜୟ ପାତ୍ର, ଫରେଷ୍ଟଗାର୍ଡ ସୁନିଲରଂଜନ ରାଉତରାୟ, ବିଶ୍ୱରଂଜନ […]

KANIKA