ଆନ୍ତର୍ଜାତୀୟ ଭଳିବଲ ଖେଳାଳି ମହମ୍ମଦ ରାଜାଙ୍କୁ କେନ୍ଦ୍ରାପଡାରେ ଉତ୍ସସିତ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା ମାଟିର ପୁଅ ମହମ୍ମଦ ରାଜାଙ୍କୁ ଜନ୍ମମାଟିରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତୀୟ ଭଲିବଲ ଦଳରେ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ମହମ୍ମଦ ରାଜା ସ୍ଥାନ ପାଇ ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଇଥିଲେ । ସେଠାରୁ କେନ୍ଦ୍ରାପଡା ସ୍ଥିତ ଘରକୁ ଫେରିବା ସମୟରେ ଆମ ଜିଲ୍ଲା ପାଇଁ ଗୈାରବ ଆଣିଥିବାରୁ ବୁଧବାର ପୂର୍ବାହ୍ନରେ ମହମ୍ମଦ ରାଜାଙ୍କୁ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଛକରେ ପ୍ରଥମେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ପରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଛକ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ତିନିମୁହାଣି , କଜଳା, ମହିପାଳ, ନୂଆବସଷ୍ଟାଣ୍ଡ, କାକଟ, ବଡହାଟ ଓ ପୁରୁଣା ବସଷ୍ଟାଣ୍ଡ ଠାରେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସେ କ୍ରୀଡା ଜୀବନ ଆରମ୍ଭ କରିଥିବା ଟାଉନ ହାଇସ୍କୁଲ ଖେଳ ପଡିଆରେ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ ପ୍ରମୁଖ ଯୋଗଦେଇ ମହମ୍ମଦ ରାଜାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ସହରର ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ମହମ୍ମଦ ରାଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, କାଉନସିଲର ସେକ ଅସଲମ, ଉମେଶ ନାୟକ, ଚଳଚିତ୍ର ପ୍ରଯୋଜକ ରବୀନ୍ଦ୍ରମୋହନ ସାହୁ, ଭବାନୀ ପ୍ରସାଦ ଓଝା, ମହମ୍ମଦ ସେକ ଇନାୟତ(ଚନ୍ଦନ), ସେକ ନିଆଜ(ମତୁ)ଙ୍କ ସମେତ ବହୁ କେନ୍ଦ୍ରାପଡା ମହାବିଦ୍ୟାଳୟ ଓ ସାନ୍ଧ୍ୟ ମହାବିଦ୍ୟାଳୟର କ୍ରୀଡା ଛାତ୍ର, କ୍ରୀଡାପ୍ରେମୀ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଅତିଥିମାନେ ମହମ୍ମଦ ରାଜାଙ୍କ ଭଳି ଆମ ଜିଲ୍ଲା ପାଇଁ ଗୋରବ ଆଣିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading