ପୁରୁଣା ବସଷ୍ଟାଣ୍ଡରେ ସାତୋଟି ଦୋକାନ ଘର ମାଟିରେ ମିଶିଲା


କେନ୍ଦ୍ରାପଡା୨୦/୭- କେନ୍ଦ୍ରାପଡା ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆ ବସଷ୍ଟାଣ୍ଡସ୍ଥିତ ୫୦ଟି ଦୋକାନ ଘରକୁ ଉଚ୍ଛେଦ କରିଥିଲେ । ଗୁରୁବାର ପୁରୁଣା ମୋଟରଷ୍ଟାଣ୍ଡ ସ୍ଥିତ ସାତୋଟି ଦୋକାନ ଘରକୁ ମାଟିରେ ମିଶାଇ ଦେଇଛନ୍ତି । ଏହି ଦୋକାନ ଉପରେ ନିର୍ଭର କରୁଥିବା ଧନୀ ଗରିବ ବ୍ୟବସାୟୀମାନେ ବାର ଦୁଆର ହୋଇଛନ୍ତି । ଏହା ଏକ ପ୍ରଶାସନର ଭଲ ପଦକ୍ଷେପ ବୋଲି ଆଲୋଚନା କରାଯାଉଥିଲେ ମଧ୍ୟ ବେଘର ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ । ବଡବଡ ସହରମାନଙ୍କରେ ଯେପରି ଭାବେ ବ୍ୟବସାୟୀ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ସେହିପରି ଭାବେ କେନ୍ଦ୍ରାପଡା ସହରରେ ଏହା ନିର୍ମାଣ କରାଯାଉ । ଶୀଳ୍ପ ବିହିନ ଜିଲ୍ଲାର ଅଧିବାସୀମାନେ କୃଷି ଏବଂ ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି । ଏହାକୁ ବିଚାର କରି ଜିଲ୍ଲା ତଥା ପୌର ପ୍ରଶାସନ ଏମାନଙ୍କ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯିବା ସହିତ ସହରରେ ଜବର ଦଖଲ ହଟାଇ ଗମନାଗମନ ସୁଗମ କରିବାକୁ ସହରରେ ଆଲୋଚନା ହେଉଛି ।


Discover more from

Subscribe now to keep reading and get access to the full archive.

Continue reading