ପତ୍ନୀ ହତ୍ୟା ଅଭିଯୋଗରେ ମା ,ପୁଅ ଗିରଫ


କେନ୍ଦ୍ରାପଡା ୨୨ା୭- ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମରେ ଗତ ଦୁଇଦିନ ତଳେ ନିଜ ପତ୍ନୀକୁ ପିଟି ପିଟି ମାରି ପୋଡି ଦେବା ଅଭିଯୋଗରେ ମା ଓ ପୁଅକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୋଲିସ ତାର ତିନି ଜଣ ନାବାଳିକା ଝିଅକୁ ସିଡବ୍ଳୁସି ବିଭାଗ ଜରିଆରେ କେନ୍ଦ୍ରାପଡା ସଟଷ୍ଟେ ହୋମରେ ରଖାଯାଇଛି ବୋଲି ଗ୍ରାମଚଂଳ ଥାନା ଆଇଆଇସି ବାମଦେବ ନନ୍ଦ ସୂଚନା ଦେଇଛନ୍ତି । ମୃତା ମହିଳାଙ୍କ ସ୍ୱାମୀ ବିଧାନ ରାୟ ଓ ଶାଶୁ ଶ୍ରୀମତୀ ରାୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଅନ୍ୟ କାହାର ସଂପୃକ୍ତି ସମ୍ପର୍କରେ ପୋଲିସ ତଦନ୍ତ ଚାଲୁ ରହିଛି ଓ ତଦନ୍ତରେ ଯଦି ଅନ୍ୟ କାହାର ସମ୍ପୃକ୍ତି ପ୍ରମାଣିତ ହୁଏ ତେବେ ତାକୁ ଗିରଫ କରାଯିବ ବୋଲି ଆଇଆଇସି ନନ୍ଦ କହିଛନ୍ତି । ପ୍ରକାଶ ଯେ ଗତ ୧୯ ତାରିଖ ବିଳମ୍ବିତ ରାତିରେ ମା ଶ୍ରୀମତୀ ରାୟଙ୍କ ସହିତ ମିଶି ସ୍ୱାମୀ ବିଧାନ ରାୟ ପତ୍ନୀ ଆରତୀକୁ ମାରପିଟ କରିବାରୁ ସେ ମୃତ୍ୟୁ ବରଣ କରିଥିଲା । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ପାଖରେ ଥିବା ଏକ ମାଟିଘରେ ଆରତୀର ମରଶରରୀକୁ ନେଇ କାଠ ଓ ନଡିଆପତ୍ର ସାହାଯ୍ୟରେ ନିଆଁ ଲଗାଇ ଦେଇଥିଲେ । ଶବ ଅର୍ଧଦଗ୍ଧ ହେବା ପରେ ଏହାକୁ ଆତ୍ମହତ୍ୟା ରୁପ ଦେବା ପାଇଁ ଉଦ୍ୟମ କରିଥିଲେ । ସାଇଂଟିଫିକ ଟିମ ସହ ପୋଲିସର ତଦନ୍ତ ଓ ଜେରା ବେଳେ ଆରତୀକୁ ସେମାନେ ମାରିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଥିଲେ । ସେମାନଙ୍କ ବୟାନକୁ ଅଧାର କରି ପୋଲିସ ସ୍ୱାମୀ ବିଧାନ ଓ ମାକୁ ଗିରଫ କରିଛି । ଏହି ମାମଲାରେ ଅଟକ ଥିବା ବିଧାନର ଘର ପାଖ ପଡୋଶୀକୁ ପୋଲିସ ଛାଡି ଦେଇଛି । ଶବ ପୋଡିବାରେ ସହଯୋଗ କରିଥିବା ଲୋକମାନଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଚାଲିଛି । ଏଥିରେ ସଂପୁକ୍ତି ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଗ୍ରାମାଂଚଳ ଥାନା ଅଧିକାରୀ କହିଛନ୍ତି । ମୃତା ଆରତୀ ଭାଇଙ୍କ ଏତଲା କ୍ରମେ ପୋଲିସ କେଶ ନଂ-୪୪୨ ଦଫା ୩୦୨ ଓ ୪୯୮ଏ ରେ ମକଦ୍ଦମା ରୁଜୁକରି ଆସାମୀମାନଙ୍କୁ ଆଜି କୋଟ୍ ଚାଲାଣ କରିଛି ।


Discover more from

Subscribe now to keep reading and get access to the full archive.

Continue reading