ଧାନ କ୍ଷେତ ଫାଟି ଆଁ କରିଛି, ଏଣେ ଧାନ ମଣ୍ଡି ପଞ୍ଜିକରଣ ପାଇଁ ପ୍ରଶାସନର ତତ୍ପରତା


ଶ୍ରାବଣ ମାସ ଅଧା ହେଲାଣି ଧାନ କ୍ଷେତରେ ପାଣି ନାହିଁ, ତଳି ମାଟିରୁ ଉଠି ପାରୁନି । ମାଟି କାଦୁଅ ହେଉନି, ଚାଷ ଜମିକୁ ଚାଷୀ ଯିବାକୁ ଇଚ୍ଛା କରୁନି । ଯେତିକି ଚାଷୀଙ୍କ ତଳି ରୁଆ ପାଇଁ ହୋଇଥିଲା ତାହା ପୁଣି ଧୀରେ ଧୀରେ ମଉଳି ବାକୁ ବସିଲାଣି । କେନାଲରେ ପାଣି ନାହିଁ ଧାନ କ୍ଷେତ ଫାଟି ଆଁ କରିଛି. ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ଏବେ ସମବାୟ ବିଭାଗ ଧାନ ମଣ୍ଡି ପଞ୍ଜିକରଣ କରିବାକୁ ଚାଷୀଙ୍କୁ ଭେଳକି ଲଗାଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି ।

କୃଷକ ନେତା ବିଜୟ ଦାସ କୁହନ୍ତି ପଟ୍ଟାମୁଣ୍ଡାଇର ଉଚ୍ଛିକଣ ଭେଡା ଆମ ଅଂଚଳର ଭାତ ହାଣ୍ଡି । ମାତ୍ର ଚଳିତ ବର୍ଷ ମୌସୁମି ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ କେନାଲ ପାଣି ନ ଦେବା ଚାଷୀଙ୍କ ଚିନ୍ତା ବଢାଇ ଦେଲାଣି । ମାତ୍ର ସମବାୟ ସମିତି ଏବେ ଧାନ ପଞିକରଣ ପାଇଁ ଭେଳିକି ଲଗେଇ ଲେଣି । ଚାଷ କାର୍ଯ୍ୟ ପାଇଁ ତରତର ଚାଷୀ ଏ ପଞିକରଣ ଭେଳକିରେ ସମୟ ଦେବ ବା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି ।ଚାଷୀ ସହଦେବ ଦାସ କୁହନ୍ତି , ଚଳିତ ବର୍ଷର ଖରିଫ ଚାଷ ପାଇଁ ଚାଷୀ ତଳି ପକାଇ ବର୍ଷାକୁ ଅପେକ୍ଷା କରିଛନ୍ତି । ଅନେକ ସ୍ଥାନରେ ତଳି ନଷ୍ଟ ହୋଇଯାଇଛି ପୁନଃ ତଳି ପକାଯାଇଛି । ଚାଷୀ ଜମିରେ ଧାନ ବୁଣି ଦେଇଛନ୍ତି । ଗତ କିଛି ଦିନ ଅଲ୍ପ ଅଳ୍ପ ବର୍ଷା ହେବା ଯୋଗୁଁ କିଛି ତଳି ପୁଣି ଜୀବନ ଫେରି ପାଇବା ଭଳି ଦେଖା ଦେଇକ୍ତି । ଶୁଣାଯାଉଛି ପଟ୍ଟାମୁଣ୍ଡାଇ କେନାଲରେ ପାଣି ଛଡା ହୋଇଛି । ମାତ୍ର ଗୋବାରି ସମ୍ପ୍ରସାରିତ କେନାଲରେ ପହଁଚି ନାହିଁ ଦିନେ ଦୁଇ ଦିନ ପରେ ପହଁଚିଯିବ । ଚାଷୀ କ୍ଷେତ କାର୍ଯ୍ୟରେ ଲାଗିପଡିବ ସମୟ କାଇଁ ଧାନ ପଞିକରଣ କରିବାକୁ ସମବାୟ ସମିତି ଦୌଡିବ ବୋଲି ସେ କହିଛନ୍ତି ।

ଚାଷୀ ଦାଶରଥି ସାହୁ କୁହନ୍ତି,ô ଶ୍ରାବଣରେ ଜମି ଫାଟି ଆଁ କରିଛି । ନିଅଂଟିଆ ବର୍ଷା ସାଙ୍ଗକୁ ପଟ୍ଟାମୁଣ୍ଡାଇ କେନାଲରେ ପାଣି ଆସୁନାହିଁ । । ପାଖାପାଖି ୪୦ ପ୍ରତିଶତ ଜମିରେ ଏଯାଏଁ ଆରମ୍ଭ ହୋଇପାରିନି ଧାନ ଚାଷ । ଯେଉଁଠି ବି ତଳି ଉଠିଛି ହଳଦିଆ ପଡ଼ିଲାଣି । ପୂର୍ବ ବର୍ଷ ମାନଙ୍କରେ ଜୁନ ମାସରେ ଧାନତଳି ରୁଆ ଉପେଯାଗି ହୋଇଯାଉଥିଲା । ଜୁଲାଇ ଶେଷ ଅଗଷ୍ଟ ମାସ ପୂର୍ଣ୍ଣମୀକୁ ରୁଆପୋତା କାର୍ଯ୍ୟ ସରି ଯାଉଥିଲା । ଏବର୍ଷ ଅଂଚଳରେ ରୁଆପୋତା କଥା ଛାଡନ୍ତୁ ଆବଶ୍ୟକ ତଳିପଡି ପାରିନାହିଁ । କୃଷି ବିଭାଗୀୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ନ କରି ଆରାମରେ କାର୍ଯ୍ୟାଳୟ ରେ ଆସି ସମୟ କୁ ଅପେକ୍ଷା କରୁଛନ୍ତି କେତେ ବେଳେ ସମୟ ହେବ ଘରକୁ ପଳେଇବେ । ଗୋଟିଏ ପଟେ ଚାଷୀ ଚାଷ କାର୍ଯ୍ୟ ପାଇଁ ମୁଣ୍ଡରେ ହାତ ଦେଇ ଚିନ୍ତା ରେ ରହିଥିବା ବେଳେ, ଆଉ ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ରେ ଧାନ ମଣ୍ଡି ପଞ୍ଜିକରଣ କରିବାକୁ କୁହା ଯାଉଛି । ପ୍ରଶାସନ କ୍ଷେତରେ ଧାନ ଦେଖିନାହିଁ କି ଦେଖି କିଭଳି ନଈ ନ ଦେଖି ଲଙ୍ଗଳା ହେଲା ଭଳି କାର୍ଯ୍ୟ କରୁଛି ବୋଲି ସେ କ୍ଷୋଭର ସହିତ କହିଛନ୍ତି ।

ପ୍ରଶାସନ ପକ୍ଷରୁ ଚଳିତ ମାସ ଖରିଫ ୨୦୨୩ ଆର୍ଥିକ ବର୍ଷ ପାଇଁ ୧୫ଜୁଲାଇ ଠାରୁ ଧାନ ମଣ୍ଡି ରେ ନାମ ପଞ୍ଜିକରଣ ଆରମ୍ଭ ହୋଇ ଯାଇଛି । ଯାହା ଆସନ୍ତା ମାସ ଅଗଷ୍ଟ ୧୬ ତାରିଖ ଦିନ ଯାଏ ଚାଲିବ । ସମବାୟ ସମିତି ଦ୍ୱାରା ଧାନ କ୍ରୟ କରିବାର ବ୍ୟବସ୍ଥା କରା ଯାଇଛି । ତେଣୁ ଚାଷୀଙ୍କୁ ସେଠାରେ ଯାଇଧାର୍ଯ୍ୟ ସମୟ ମଧ୍ୟରେ ନିଜର ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ଏ ବାବଦରେ ଜିଲ୍ଲା ଯୋଗାଣ ଅଧିକରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରେ ବର୍ତମାନ ରଜ୍ୟ ସରକାର ସ୍ଥିର କରିଥିବା ସମୟ ସୀମା ମଧ୍ୟରେ ପଞିକରଣ କରିବାକୁ ପଡିବ । ଯଦି ସେପରି କିଛି ଅସୁବିଧା ଜଣାପଡେ ତାରିଖ ଅବଧି ବଢାଇ ଦିଆଯାଇପାରେ ବୋଲି କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading