ଭିନ୍ନକ୍ଷମ ମେଧାବୀ ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା



କେନ୍ଦ୍ରାପଡା ୨୨/୭- ରାଜକନିକା ଥାନା ଅଞ୍ଚଳର ସ୍ନେହଲତା ବେହେରା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ । ଦିଲ୍ଲୀର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସେ ଯୋଗ୍ୟା ବିବେଚିତା ହୋଇଛନ୍ତି । ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ସମ୍ଭବ ହୋଇପାରୁନଥିଲା । ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜାଣିବା ପରେ ଆଜି ଭିନ୍ନକ୍ଷମ ଝିଅ ସ୍ନେହଲତା ଏବଂ ତାଙ୍କ ଭିନ୍ନକ୍ଷମ ବାପା ସରୋଜ ବେହେରାଙ୍କୁ ତାଙ୍କ କେନ୍ଦ୍ରାପଡାସ୍ଥିତ ଆବାସିକ କାର୍ଯ୍ୟାଳୟକୁ ଡକାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କର ନାମ ଲେଖାଇବା ପାଇଁ ୩୦ହଜାର ଟଙ୍କା ଏବଂ ବାପାଙ୍କୁ ପରିବାରର ପ୍ରତିପୋଷଣ ପାଇଁ ୩୦ହଜାର ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରିଥିଲେ । ଏହି ସମୟରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ କୁମାର ପଣ୍ଡା ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସବୁ ସମୟରେ ସହାୟତା ଦେବା ପାଇଁ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading