ଅଳଭା-ଗଣ୍ଡାକିଆ ପୂର୍ତ ବିଭାଗ ରାସ୍ତା ଉଭୟପାଶ୍ୱର୍ରେ କୃତ୍ରିମ ଜଙ୍ଗଲ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୁର୍ତ ବିଭାଗ ଅଧିନରେ ଥିବା ଅଳଭା-ଗଣ୍ଡାକିଆ ଦୀର୍ଘ ୯ କି.ମି ରାସ୍ତାର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଛି କୃତ୍ର୍ରିମ ଜଙ୍ଗଲ । ଅନାବନା ଗଛଲତାରେ ରାସ୍ତାର ଉଭୟପାଶ୍ୱର୍ ପରିପୂର୍ଣ୍ଣ ହୋଇରହିଛି । ଅନାବନା ଗଛ ଜଙ୍ଗଲରେ ରାସ୍ତାର ଉଭୟପାଶ୍ୱର୍ ଢାଙ୍କି ହୋଇ ରହିଥିବାରୁ ଗାଡିମୋଟର ଯାତାୟତ ସମୟରେ ଦୈନିକ ଛୋଟବଡ ଦୂର୍ଘଟଣା ଘଟୁଛି । ଏହା ମଧ୍ୟରେ ଶରିଶୃପ ଓ ବିଷଧର ସାପମାନେ ବସା କରୁଥିବାରୁ ରାତ୍ରକାଳରେ ସେମାନେ ରାସ୍ତାପାଶ୍ୱର୍ ଅନାବନା ଗଛ ଜଙ୍ଗଲ ମଧ୍ୟରୁ ବାହାରି ରାସ୍ତାରେ ବିଚ୍ଚରଣ କରୁଛନ୍ତି । ଏମାନେ ପଥଚାରୀମାନଙ୍କ ପାଇଁ ବିପଦର କାରଣ ମଧ୍ୟ ସାଜୁଛନ୍ତି । ପୁରୁଷେ ଉଚ୍ଚାରେ ବଢିଥିବା ଏହି ସବୁ ଅନାବନା ଜଙ୍ଗଲକୁ ସଫା କରିବା ପାଇଁ ବିଭାଗୀୟ ତହବିଲରୁ ଅର୍ଥ ବ୍ୟୟ କରାଯାଉଥିବାବେଳେ ପ୍ରକୃତପକ୍ଷେ ଜଙ୍ଗଲ ସଫା କରାନଯାଇ ମିଥ୍ୟା ବିଲ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ରାସ୍ତାପାଶ୍ୱର୍ର ଜଙ୍ଗଲ ସଫା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଅଳଭା-ଗଣ୍ଡାକିଆ ପୂର୍ତ ବିଭାଗ ରାସ୍ତାଟି ପଟ୍ଟାମୁଣ୍ଡାଇ ଅଚଂଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାବେଳେ ଏବେ ଏହି ରାସ୍ତା ଦେଇ ଦୈନିକ ଗାଡିମୋଟର ଚଳାଚଳ କରୁଛି । ଏହି ରାସ୍ତାଟି କେନ୍ଦ୍ରାପଡାକୁ ସଂଯୋଗ କରୁଥିବାବେଳେ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ମଧ୍ୟ ସଂଯୋଗ କରୁଛି । ଏହି ରାସ୍ତାର ମଧ୍ୟସ୍ଥଳି ମାଳିବସା ଠାରୁ ବାବର ଅଚଂଲକୁ ରାସ୍ତା ରହିଛି । ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଗାଡିମୋଟର, ଯାତ୍ରବାହୀ ବସ, ମାଲବାହୀ ଟ୍ରକ ଗୁଡିକ ଯାତାୟତ କରୁଥିବା ବେଳେ ଏବେ କେନ୍ଦ୍ରାପଡା ନୁର୍ତନ ମୁଖ୍ୟ ଚିକିତ୍ସାଳୟ ଇଛାପୁର ଶ୍ୟାମଗୁଡିଆରେ ହୋଇଥିବାରୁ ଆଳି,ରାଜନଗର ଓ ରାଜକନିକା ଅଂଚଳରୁ ଆମ୍ବୁଲାନ୍ସ ଏହି ରାସ୍ତା ଦେଇ ଯିବାଆସିବା କରୁଛି । ଉତିକଣ ଅଚଂଳର ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରେ ପାଠ ପଢୁଥିବା ପିଲାମାନେ ପଟ୍ଟାମୁଣ୍ଡାଇକୁ ଯାତାୟତ କରନ୍ତି । ଏହି ରାସ୍ତାଟି ପଟ୍ଟାମୁଣ୍ଡାଇ ମୁନିସିପାଲଟି ଓ ବ୍ଲକ ସଦର ମହକୂମାକୁ କଖାରୁଣୀ ପୋଲ ନିକଟରେ ପଟ୍ଟାମୁଣ୍ଡାଇ-ରାଜନଗର ରା୍‌ସତାକୁ ସଂଯୋଗ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଉଭୟ ପାଶ୍ୱର୍ରେ ସୃଷ୍ଟି ହୋଇଥରବା କୃତ୍ରିମ ଜଙ୍ଗଲକୁ ତୁରନ୍ତ ସଫା କରିବା ପାଇଁ ସାମାଜିକକର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଳିକ, ଜ୍ୟୋତିପ୍ରକାଶ ପ୍ରଧାନ, ବଡପଡା ସରପଂଚ ପତିନିଧି ପାରେଶ୍ୱର ସେଠୀ, ଗଙ୍ଗାରାମପୁର ପୂର୍ବତନ ସରପଂଚ ପ୍ରଫୁୁଲ୍ଲ ତରାଇ, ବିଜୟ ଦାସ, ସୁରେନ୍ଦ୍ର ପରିଡା ସମେତ ସ୍ଥାନୀୟ ଅଚଂଳର ଜନସାଧାରଣ ଦାବି କରିଛନ୍ତି । ଏବାଦରେ ପୁର୍ତବିଭାଗ ନୁର୍ତନ ସହନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରାଙ୍କୁ ଯୋଗାକରିବାରୁ ଏପରି ଅନାବନା ଗଛକୁ ଉଠାଇବା ଲାଗି ବ୍ୟାବସ୍ଥା ହୋଇସାରିଛି । ଅଲ୍ପଦିନ ଭିତରେ ଏହା ସଫା କରିଦିଆଯିବ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଆୟକର ଦିବସ

Tue Jul 25 , 2023
କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଟାଣ୍ଟ ମନୋଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ମାଧ୍ୟମରେ ବୁଝାଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ୱାଇ. […]

KANIKA