ଜଳସେଚନ ଜମି ଜବରଦଖଲ , କେନାଲ ଜଳ ପ୍ରବେଶ କରୁନି କ୍ଷେତକୁ , ଚିନ୍ତାରେ ଚାଷୀକୂଳ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଚାଷୀ ହୀନସ୍ତା ଭୋଗୁଥିବା ବେଳେ ଚାଷକ୍ଷେତକୁ କେନାଲ ପାଣି ମାଡୁନାହିଁ । ଗ୍ରାମାଂଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ପଟ୍ଟାମୁଣ୍ଡାଇ ସହର…

ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନି, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବୁଲା ଗାଈଗୋରୁ, ଷଣ୍ଢ !

ଉଠାଦୋକାନୀଙ୍କ ଉଛେଦ, ନୂତନ ମୋଟର ଆଇନ ପ୍ରୟୋଗ କାମରେ ଆସୁନି   ସଡକ ଦୂର୍ଘଟଣାରେ ବହୁମୂଲ୍ୟ ଜୀବନହାନୀ ଘଟୁଥିବାରୁ ଦୂର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ଏଥି ପାଇଁ ନୂତନ…

ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ଓ ସମ୍ବର୍ଦ୍ଧନା ମହୋତ୍ସବ – ୨୦୨୩

କେନ୍ଦ୍ରାପଡା ଜିଲ୍ଲାର ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ମହର୍ଷି ବେଦବ୍ୟାସ ସମ୍ମାନ ମହୋତ୍ସବ ରାଉରକେଲାର ଗୋପବନ୍ଧୁ ପାଠାଗାର  ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି…

କେନ୍ଦ୍ରାପଡା ପୁରୁଣା ଜିଲ୍ଲା ଡାକ୍ତରଖାନା ଚବିଶ ଘଣ୍ଟିଆ କରିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ରୋଗୀ ସେବା ହେବ । ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବେ । ଲାବୋରେଟୋରୀ କାର୍ଯ୍ୟକରିବା ଚାରୋଟି ଖଟିଆ ପଡିବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ…

ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟଙ୍କ ଗିରଫ ନିର୍ଦେଶ

କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ବଳରେ ଗ୍ୟାଙ୍ଗଷ୍ଟର ଟିଟୋ ପ୍ରାୟ…

ଖଡ଼ିଅଂଟା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିାଂଟା ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଖଡ଼ିଅଂଟା ସରପଂଚ ଜୀବନ କୃଷ୍ଣ ରାୟ…

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନୂତନ ଗୃହ ଉଦଘାଟିତ

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ନୂତନ କାର୍ଯାଳୟ ଗୃହ ପୌର ପରିଷଦ କାର୍ଯାଳୟ ନିକଟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ଶାଖାର ନୂତନ କାର୍ଯ୍ୟାଳୟ ଗୃହକୁ ଉଦଘାଟନ…

ପଟ୍ଟାମୁଣ୍ଡାଇ ପୌରାଂଚଳ ବିଜେଡି ପର୍ଯ୍ୟବେକ୍ଷକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡରେ ବିଜେଡି ସଂଗଠନକୁ ଅଧିକ ସୁଦୃଢ କରିବା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ…

କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍‌

କେନ୍ଦ୍ରାପଡ଼ା, ୨୩/୭: ଶିକ୍ଷକ ଶିକ୍ଷିକା ଓ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍ ସ୍ଥାନୀୟ ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟାର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଆବଶ୍ୟକତାଠୁ କମ୍ ଛଡାଯାଇଛି କେନାଲରେ ପାଣି ; ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ

            ଆଗେଇ ପାରୁନି ଚାଷ କାମ             ଜଳସମ୍ପଦ ଅଫିସ ଅଗରେ ଧାରଣା ଚେତାବନୀ ପଟ୍ଟାମୁଣ୍ଡାଇ -ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ । ବିଳମ୍ବରେ ଚଳିତ ସପ୍ତାହରେ କେନାଲରେ ପାଣି ଛଡାଯାଇଥିଲେ ହେଁ ଆବଶ୍ୟକତା ଠାରୁ କମ ପାଣି ଛଡାଯାଇଥିବାରୁ…

ବେଲତଳ ଧ୍ୟାନମନ୍ଦିର ରକ୍ତଦାନ ଶିବିର ଆୟୋଜନ ପାଇଁ ୨ୟ ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ ୨୩.୭-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ୬୪ ତମ ଜନ୍ମଜୟନ୍ତୀ ଉତ୍ସବ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର…

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଉପଦେଷ୍ଟା ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଭରତ ଚନ୍ଦ୍ର…

ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା ,ପାଇଖାନା ନଥାଇ ପୁରସ୍କାର ଅର୍ଥ ଆତ୍ମସାତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ପରିମଳ ଯୋଜନା । ପାଇଖାନା ନିର୍ମାଣ ନ ହୋଇ ଆତ୍ମସାତ ହୋଇଛି ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ । ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଂଚଳ ବୋଲି ଘୋଷଣା…

ଭିନ୍ନକ୍ଷମ ମେଧାବୀ ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା

କେନ୍ଦ୍ରାପଡା ୨୨/୭- ରାଜକନିକା ଥାନା ଅଞ୍ଚଳର ସ୍ନେହଲତା ବେହେରା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ । ଦିଲ୍ଲୀର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସେ ଯୋଗ୍ୟା ବିବେଚିତା ହୋଇଛନ୍ତି । ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ…

ବଦଳି ଆଦେଶକୁ ଖାତିର ନ କରି ଗାଦି ଛାଡୁ ନଥିବା ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କୁ କୈଫିୟତ ତଲବ

    କେନ୍ଦ୍ରାପଡ଼ା,୨୨ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

କଂଗ୍ରେସ ଜାତୀୟ ରାଜନୀତିରେ ପଟ୍ଟାମୁଣ୍ଡାଇ ୱାର୍ଡ କାଉନସିଲର ସମ୍ରାଟ ଜେନା

କେନ୍ଦ୍ରାପଡା ୨୨.୭- ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ଯୁବନେତା ସମ୍ରାଟ କେଶରୀ ଜେନାଙ୍କୁ ନେଇ ଏବେ ସମଗ୍ର ପଟ୍ଟାମୁଣ୍ଡାଇର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ…

ପତ୍ନୀ ହତ୍ୟା ଅଭିଯୋଗରେ ମା ,ପୁଅ ଗିରଫ

କେନ୍ଦ୍ରାପଡା ୨୨ା୭- ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମରେ ଗତ ଦୁଇଦିନ ତଳେ ନିଜ ପତ୍ନୀକୁ ପିଟି ପିଟି ମାରି ପୋଡି ଦେବା ଅଭିଯୋଗରେ ମା ଓ ପୁଅକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।…

ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି

ଭୁବନେଶ୍ୱର: ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ପିଜିଆଇ କ୍ଷେତ୍ରରେ ଓଡ଼ିଶାର ଶିକ୍ଷା ସବୁଠୁ ତଳେ ରହିଛି । ଓଡିଶାରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୂଷୁଡିପଡିଛି ।…

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ବିଭିନ୍ନ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

କେନ୍ଦ୍ରାପଡା ୨୧। ୭- କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ନିତ୍ୟାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗରାପୁର ଡାକବଙ୍ଗଳା ଛକଠାରୁ…

ରିଲିଆନ୍ସ ଫାଉଣ୍ଡେସନ ଦ୍ୱାରା ପ୍ରାଣୀ ସ୍ୱାସ୍ଥ୍ୟ ସେବା ଶିବିର

କେନ୍ଦ୍ରାପଡା ୨୧/୭- କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ଗ୍ରାମ ପଞ୍ଚାୟତ ନରଣପୁର ଗ୍ରାମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରିଲିଆନ୍ସ ଫାଉଣ୍ଡେସନ…

ଧାନ କ୍ଷେତ ଫାଟି ଆଁ କରିଛି, ଏଣେ ଧାନ ମଣ୍ଡି ପଞ୍ଜିକରଣ ପାଇଁ ପ୍ରଶାସନର ତତ୍ପରତା

ଶ୍ରାବଣ ମାସ ଅଧା ହେଲାଣି ଧାନ କ୍ଷେତରେ ପାଣି ନାହିଁ, ତଳି ମାଟିରୁ ଉଠି ପାରୁନି । ମାଟି କାଦୁଅ ହେଉନି, ଚାଷ ଜମିକୁ ଚାଷୀ ଯିବାକୁ ଇଚ୍ଛା କରୁନି । ଯେତିକି ଚାଷୀଙ୍କ ତଳି ରୁଆ ପାଇଁ ହୋଇଥିଲା ତାହା…

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମର…

ରାଜ୍ୟ କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ ପ୍ରସ୍ତାବ ଉପରେ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନା ସାମିଲ

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପାଇଁ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ ମାର୍ଶାଘାଇ-ଜମ୍ବୁ ରାସ୍ତାର ହେବ ପ୍ରଶସ୍ତିକରଣ ଭୁବନେଶ୍ୱର,୨୧ା୦୭-ରାଜ୍ୟ କ୍ୟାବିନେଟ୍ ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ…

ପୋଖରୀପୁଟ ଡି ଏ ଭି ପବ୍ଲିକ ସ୍କୁଲରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୦।୨-ଗୁରୁବାର ୨୦୨୨-୨୩ ଶିକ୍ଷାବର୍ଷର ସିବିଏସସି ଦଶମ କୃତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଉତ୍ସବ ପୋଖରୀପୁଟ ସ୍ଥିତ ଡିଏଭି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ…