ଦିହୁଡିପୁର ସମିତିସଭ୍ୟ ଉପନିର୍ବାଚନ କଂଗ୍ରେସ ପାଇଁ ପ୍ରଚାର କଲେ ଅଂଶୁମାନ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି ଏହି ପଂଚାୟତର କଂଗ୍ରେସ ସମର୍ଥିତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି ବିରୋଧୀ କଂଗ୍ରେସ  ପୁରାଦମରେ ଲାଗିପଡିଛନ୍ତି ଗତ ପଞ୍ଚାୟତ ନିର୍ବାଚନରେ ଏହି ପଂଚାୟତର ନିର୍ବାଚିତ ସମିତିସଭ୍ୟା କଂଗ୍ରେସ ଦଳର ହୋଇଥିବାରୁ ଉପନିର୍ବାଚନ ରେ କଂଗ୍ରେସ ଏହି ଆସନକୁ ପୁନଃରାୟ ବଜାୟ ରଖିବା ପାଇଁ ପୁରାଦମ ଲଗାଇ ଦେଇଛି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଝରଣା ପ୍ରଧାନଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଅଂଶୁମାନଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା, ଦିହୁଡିପୁର ସରପଞ୍ଚ ନରେଶ ମଲିକ, ପୂର୍ବତନ ସରପଞ୍ଚ ଶ୍ରୀଧର ସ୍ୱାଇଁ, ବିରଞ୍ଚି ଦାଶ, ଭରତ ସ୍ୱାଇଁ, ଯୁବ ନେତା ସନାତନ ବିଶ୍ୱାଳ, ରାକେଶ ମହାନ୍ତି, ମାଗୁଣି ଲେଙ୍କା, ବିଶ୍ୱରଂଜନ ଭୂୟାଁ, ଅନନ୍ତ ସେଠୀ, ଗୌରାଙ୍ଗ ସାମନ୍ତରାୟ ନିରଞ୍ଜନ ସେଠୀ, ରଞ୍ଜନ କର,ରିଙ୍କୁ ବେହେରା, ରଞ୍ଜନ ବେହୁରା ,ପିଣ୍ଟା ଚୌଧୁରୀ, ପ୍ରଦୀପ ବେହେରା, ସଞ୍ଜୟ ପଣ୍ଡା, ସୁବାଷ ପ୍ରଧାନ, ନଳିନୀ ଭୂୟାଁ ଲଷ୍ମଣ ବେଜ, ତ୍ରିନାଥ ଖଟୁଆ, ସୁବାଷ ପ୍ରଧାନ, ଚିନୁ ସ୍ୱାଇଁ, ନଣ୍ଡା ବିଶ୍ୱାଳ, ସୀତାଂଶୁ ନାୟକ, ବିଜୟ ମଳିକ, ବାଣୀଭୂଷଣ ନାୟକ, ରମାକାନ୍ତ ମଳିକ ପ୍ରମୁଖ କଂଗ୍ରେସନେତା କର୍ମକର୍ତ୍ତା ସାମିଲ ହୋଇ ଦିହୁଡିପୁର ପଂଚାୟତର ବିଭିନ୍ନ ଗାଁ ସାହିବସ୍ତି ବୁଲି ଜୋରଦାର ନିର୍ବାଚନ ପ୍ରଚାର କରିବା ସହିତ ପଂଚାୟତ ବିକାଶ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ଝରଣା ପ୍ରଧାନଙ୍କୁ କେଟିଲି ଚି଼ହ୍ନରେ ମୋହର ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ


Next Post

पट्टामून्डाइ दिहुडीपुर समिति सदस्य पद केलिए उपचुनाव  

Sat Aug 5 , 2023
केंन्द्रापड़ा जिले के पट्टामून्डाइ ब्लॉक के दिहुडीपुर पंचायत के समिति सदस्य पद के लिए आगामी 9 तारीख को उपचुनाव होने जा रहा है. इसके लिए स्थानीय प्रशासन सभी तैयारियों करचूका है । यही पंचायतकी समितिसदस्य पुस्पलता स्वाइं की मृत्यु के कारण उपचुनाव हो रहा है। सत्तारूढ़ बीजेड़ी और विपक्षी कांग्रेस […]

KANIKA