ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା


କେନ୍ଦ୍ରାପଡ଼ା, ୧୦ା୮: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୫ଜଣ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚଳିତମାସ ୭ ଓ ୮ ତାରିଖରେ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସବଜୁନିୟର ଓ ସିନିୟର ବାଳକ/ବାଳିକା କ୍ୟୁରୋଗି ଓ ଫ୍ୟୁଂସି ପ୍ରତିଯୋଗିତାରେ କେନ୍ଦ୍ରାପଡାକୁ ମୋଟ ୧୨ଟି ପଦକ ମିଳିଛି । କଟକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନର ଟେକ୍‌ନିକାଲ ଡାଇରେକ୍ଟର କିଶୋର ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ କୋଚ୍ ସରୋଜ କୁମାର ମଲ୍ଲିକ, ଖଗେଶ୍ୱର ସାହୁ ଏବଂ ମ୍ୟାନେଜର ଭାବେ ଚିତ୍ତରଞ୍ଜନ ଦାସ ଏକ ୨୧ଜଣିଆ ଟିମ୍ ସହ ପ୍ରତିଯୋଗିତାରେ ଭାଗନେଇଥିଲେ । କେନ୍ଦ୍ରାପଡାରୁ ରେଫରି ଭାବେ ପ୍ରଗତି ପାତ୍ର ଓ ଦିବ୍ୟଜ୍ୟୋତି ଦାସ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସବ୍‌ଜୁନିୟର ବାଳକ ବିଭାଗରୁ କିର୍ତ୍ତୀକୁମାର ସାହୁ ଓ ଶ୍ରୀନିବାସ ସାହୁ, ବାଳିକା ବିଭାଗରୁ ଆଇସାମୟୀ ବାରିକ, ବୈଷ୍ଣବୀ ପାତ୍ର ଓ ନିତ୍ୟାଶ୍ରୀ ସାହୁ ସ୍ୱର୍ଣ୍ଣପଦକ ହାସଲ କରି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । ଜିଲ୍ଲାର ଏହି ସଫଳତା ପାଇଁ ଆସୋସିଏସନର ସଭାପତି ବିମଳ କୁମାର ପଣ୍ଡା କୃତୀ ପ୍ରତିଯୋଗିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Next Post

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ଭାଇରାଲ୍ ଭିଡିଓ ,ତଦନ୍ତ ଜାରି

Sat Aug 12 , 2023
ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ବିଧା ଚାପୁଡ଼ା ମାରିବା ସହିତ ପିଙ୍କୁ ଦୌଡିଆ ବୋଲି ଡାକ ମାରୁଥିଲେ । ଏପରି ଏକ ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଚି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ […]

KANIKA