ପଦ୍ମବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ



କେନ୍ଦ୍ରାପଡ଼ା,୫ା୧୧:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ବୁଧବାର ପଦ୍ମବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତିି। ବଡ଼ଠାକୁର ଶ୍ରୀଜୀଉଙ୍କ ପଞ୍ଚୁକ ବେଶ ନୀତି ସମ୍ପନ୍ନ ହୋଇଥିବା ବେଳେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ପବିତ୍ର ରାସପୂର୍ଣ୍ଣିମାରେ ମହାପ୍ରଭୁ ସୁସଜ୍ଜିତ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରତ୍ୟୁଷରୁ ବଡ଼ଠାକୁର ଶ୍ରୀବଳଦେବଜୀଉଙ୍କ ଦ୍ୱାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା। ପରେ ନୀତି ସ୍ନାନ ବଲ୍ଲଭ ହୋଇ ଦ୍ୱାର ସାହାଣ ମେଲା କରାଯାଇଥିଲା। ପୂର୍ବାହ୍ନ ଦଶଟା ପରେ ଭିଡ଼ ଅଧିକ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନ ତିନିଟା ବେଳକୁ ଦୁଇ ପ୍ରହର ଧୂପ ହୋଇ ପହୁଡ଼ ପଡିଥିଲା। ସେବାୟତଙ୍କ ପକ୍ଷରୁ ଦହି ପଖାଳ ଭୋଗ ଭକ୍ତମାନଙ୍କୁ ଦିଆଯାଇଥିଲା। ସନ୍ଧ୍ୟାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ସୁସଜ୍ଜିତ ପଦ୍ମବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦେଖିବା ପାଇଁ ରାତ୍ରରେ ପ୍ରବଳ ଭିଡ଼ ଲାଗିରହିଥିଲା। ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ରାଧା କୃଷ୍ଣ ଫୁଲ୍ ରଥରେ ବିଜେ କରିଥିଲେ। ଫୁଲ୍ ରଥରେ ରାହାସ ନୀତି ହୋଇଥିଲା। ଅର୍ଦ୍ଧରାତ୍ରରେ ସମସ୍ତ ନୀତି ସମ୍ପନ୍ନ ପରେ ପୁହୁଡ ପଡ଼ିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Next Post

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ

Thu Nov 6 , 2025
କେନ୍ଦ୍ରାପଡା ୫/୧୧- ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ ଉଭୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ (ଟ୍ରେଜେରୀ ଅଫିସ)ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଅଛି । ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ହେମନ୍ତ କୁମାର ଜେନା ଏବଂ ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ […]

KANIKA