କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା ପୋର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ଶୁଭେଛା ଜଣାଇଥିଲେ । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶା୍ୱଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଥମେ ଗତ ବୈଠକର ପ୍ରସ୍ତାବ ଗୁଡିକୁ ଦୃଢିକରଣ କରାଯିବା ପରେ ଆଲୋଚନା ଆରମ୍ଭ ହୋଇଥିଲା । ଚଳିତମାସ ଶେଷରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ମଇମାସ ଠାରୁ ଅଦ୍ୟାବଧି ହୋଇଥିବା ଆୟବ୍ୟୟର ସମୀକ୍ଷା କରାଯାଇଥିଲା । ସରକାରଙ୍କ ନିର୍ଦେଶ କ୍ରମେ ପୈାରାଞ୍ଚଳବାସୀ ଅନଲାଇନ ମାଧ୍ୟମରେ ସେମାନଙ୍କ ପୈାରସଂସ୍ଥାର କର ପଇଠ କରିବା ପାଇଁ ଏକ ‘ସୁଯୋଗ ପୋର୍ଟାଲ’ ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ନିକଟରେ ଥିବା ଜିମର ପରିଚାଳନା ଭାର ପୈାର ନିୟମ ଅନୁଯାୟୀ ସ୍ୱୟଂ ସହାୟିକା ଗୋଷ୍ଟିକୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଡ୍ରେନେଜ ସିଷ୍ଟମ, ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର ଉନ୍ନତି କରଣ ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ପୈାର ପରିଷଦର କାର୍ଯ୍ୟାଳୟ ନିମନ୍ତେ ମଞ୍ଜୁର ହୋଇଥିବା ସରକାରୀ ଅନୁଦାନରେ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ପୈାର ପରିଷଦର ସମସ୍ତ ଉନ୍ନୟନ କାର୍ଯ୍ୟରେ କାଉନସିଲରମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ପୈାରପରିଷଦର ସମସ୍ତ କାଉନସିଲର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
kanikanews.in
Next Post
ହାଇସ୍କୁଲ ନିକଟ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଜେନାଙ୍କ ମୂର୍ତ୍ତୀ ନ ଉଠିଲେ ଗଣଅନଶନ ଚେତାବନୀ
Tue Aug 15 , 2023
କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ବୁଦ୍ଧିଜୀବୀ, ଆଇନଜିବୀ ଓ ଆମ୍ବେଦକର ପ୍ରେମୀମାନେ ଏହି ଦାବିପତ୍ର ପ୍ରଦାନ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ ଆନନ୍ଦ ଚନ୍ଦ୍ର […]

You May Like
- 9 months ago
ବ୍ରାହ୍ମଣୀ କଲେଜରେ ସପ୍ତାହବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ
- 11 months ago
ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ , ୨ ଚାଷୀ ମୃତ