ନୂଆଦିଲ୍ଲୀ ପ୍ୟାରେଡରେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନସସି ଛାତ୍ରୀ ସମ୍ବର୍ଦ୍ଧିତ


ଚଳିତବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣ ତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ପ୍ୟାରେଡରେ ଓଡିଶା ରାଜ୍ୟର ପ୍ରତିନିଧି ଭାବେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଛାତ୍ରୀ (ଏ ୧ ଓଡିଶା ) ଭାଗ୍ୟଶ୍ରୀ ଦାଶ ଅଂଚଳର ଗୌରବ ବୃଦ୍ଧି କରିଛନ୍ତି । ଏଥି ପାଇଁ ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଏମ ଏନ ହାଇସ୍କୁଲ ଠାରେ ଆୟୋଜିତ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ ଭାଗ୍ୟଶ୍ରୀଙ୍କୁ ମାନପତ୍ର ଓ କପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜାତୀୟଦିବସ ପାଳନ କମିଟି ଅଧକ୍ଷ ତହସିଲଦାର ଦିଲ୍ଲୀପ ସେଠୀ, ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ ଓ ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଅଫିସର କ୍ୟାପଟେନ ମନୋଜ ପରିଡା ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading