
ଚଳିତବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣ ତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ପ୍ୟାରେଡରେ ଓଡିଶା ରାଜ୍ୟର ପ୍ରତିନିଧି ଭାବେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଛାତ୍ରୀ (ଏ ୧ ଓଡିଶା ) ଭାଗ୍ୟଶ୍ରୀ ଦାଶ ଅଂଚଳର ଗୌରବ ବୃଦ୍ଧି କରିଛନ୍ତି । ଏଥି ପାଇଁ ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଏମ ଏନ ହାଇସ୍କୁଲ ଠାରେ ଆୟୋଜିତ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ ଭାଗ୍ୟଶ୍ରୀଙ୍କୁ ମାନପତ୍ର ଓ କପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜାତୀୟଦିବସ ପାଳନ କମିଟି ଅଧକ୍ଷ ତହସିଲଦାର ଦିଲ୍ଲୀପ ସେଠୀ, ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ ଓ ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଅଫିସର କ୍ୟାପଟେନ ମନୋଜ ପରିଡା ଉପସ୍ଥିତ ଥିଲେ ।











