ପଟ୍ଟାମୁଣ୍ଡାଇ ଓଷ୍ଟା ତରଫରୁ ବ୍ଲକ କନଭେନସନ



ପଟ୍ଟାମୁଣ୍ଡାଇ ୫-୮-ପଟ୍ଟାମୁଣ୍ଡାଇ ବ୍ଲକ ବୋଧ ଗାଁ ଶ୍ରୀ ଶ୍ରୀ ପାଗଳ ବାବା ବାଳିକା ବିଦ୍ୟାଳୟ ପରିସରରେ ରାଜ୍ୟର ଅଗ୍ରଣୀ ଶିକ୍ଷା ସଂଗଠନ ଓଷ୍ଟା ତରଫରୁ ଶୁକ୍ରବାର ବ୍ଲକସ୍ତରୀୟ କନଭେସନ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟାର ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ବକ୍ତା ଭାବେ ରାଜ୍ୟର ପ୍ରାକ୍ତନ ଶିକ୍ଷା ପ୍ରଦୀପର ସମ୍ପାଦକ କାଳିପ୍ରସାଦ ନାୟକ, ମୁଖ୍ୟ ଅତିଥି ରାଜ୍ୟ ସମ୍ପାଦକ ପ୍ରଣବ ଜେନା, ସମ୍ନାନୀୟ ଅତିଥି ଭାବେ ଭଗବାନ ଦାସ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଭାସିନ ଦାସ ପ୍ରମୁଖେଯାଗ ଦେଇଥିଲେ ।ପ୍ରାରମ୍ଭରେ ସମ୍ପାଦକ ବାବାଜୀ ଚରଣ ଦାସ ଉକ୍ତ ବୈଠକର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କିପରି ଶିକ୍ଷକ ମାନଙ୍କର ବିଭିନ୍ନ ବର୍ଗର ସମସ୍ୟା ତଥା ଚଳିତ ମାସ ୯ ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ ଓ ପରେ ରାଜ୍ୟ ସ୍ତରୀୟ ୧୬,୧୭,୧୮ରେ ଶିକ୍ଷକ ସମସ୍ୟା ପାଇଁ ଆନ୍ଦୋଳନର ସଫଳତା ରଣନୀତି କିପରି ପ୍ରସ୍ତୁତ ହେବ ତାହା ସୂଚାଇଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ପ୍ରାକ୍ଟନ ବ୍ଲକ ସଭାପତି ଗୋକୁଳ ଚନ୍ଦ୍ର ରାଉତ ଯୁବଶିକ୍ଷକ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି,ସମ୍ନାନିତ ଅତିଥି, ମୁଖ୍ୟ ବକ୍ତା, ଉପସ୍ଥିତ ଶତାଧିକ ଶିକ୍ଷକ କିପରି ଶିକ୍ଷା ୍ୱବ୍ୟବସ୍ତା ଦେଶ, ରାଜ୍ୟରେ ଭୁସୁଡ଼ିବାକୁ ଯାଉଛି ତାହା ଉପରେ ସମାଲୋଚନା କରିଥିଲେ । ସରକାର ବିଭିନ୍ନ ବର୍ଗର ଶିକ୍ଷକ ସୃଷ୍ଟି କରି ସଂଗଠନକୁ ଦୁର୍ବଳ କରିବା ପାଇଁ ଯେଉଁ ମାନସିକତା ରଖିଛନ୍ତି ତାହାକୁ ଆଗାମୀ ନିର୍ବାଚନରେ ଉତର ଦିଆଯିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଶେଷରେ ଯୁବ ଶିକ୍ଷକ ନେତା ଦିଲ୍ଲୀପ କୁମାର ରାଉତଧନ୍ୟବାଦ ଦେଇଥିଲେ । ଏଥିରେ ଓଷ୍ଟା ବ୍ଲକ ଏଜୁକେଟିଭ ମେମ୍ବର ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ ।