କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିବାହ କରାଇଲା ଜଣେ ଦୃଷ୍ଟି ବାଧିତଙ୍କୁ ଜଣେ ଦୃଷ୍ଟିଶକ୍ତି ଥିବା ଝିଅ ସହ
କେନ୍ଦ୍ରାପଡା ୨୧/୮- ସାଧାରଣତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କେହି ସହଜରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିରେ ପରିବର୍ତନ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହକଲେ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରିବା ଯୋଜନା ଏହା ୨୦୧୪ ମସିହାରୁ ପ୍ରଚଳନ କରିବା ପରଠାରୁ ଉକ୍ତ ବିବାହ ସଂଖ୍ୟା ବହୁ ଭାବେ ବୃଦ୍ଧି ହୋଇଅଛି । ବହୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହ କରି ସୁଖରେ ବୈବାହିକ ଜୀବନ ବିତାଉଥିବା ତଥ୍ୟରୁ ଜଣାଯାଏ । ଏବେ ଗୋଟିଏ ବିବାହ ପାଇଁ ୨,୫୦୦୦୦/- ଟଙ୍କା ପ୍ରୋତ୍ସାହନ ମିଳୁଅଛି । ଏହି କ୍ରମରେ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଅଛି । ଜିଲ୍ଲା ପ୍ରଶାସନ ସହଯୋଗୀତାରେ ଆଜି ଗୋପ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପୌର ସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ଅଯୋଧ୍ୟାନଗର ପୁରାତନ ଛାତ୍ର ତଥା ବର୍ତ୍ତମାନର କର୍ମଚାରୀ, ଡେରାବିଶ ବ୍ଲକ ଅନ୍ତର୍ଗତ ଚକ ରଘୁନାଥପୁର ଗ୍ରାମର ଧନେଶ୍ୱର ଜେନାଙ୍କ ଜ୍ୟେଷ୍ଠ ପୁତ୍ର ଅଲେଖ ଚନ୍ଦ୍ର ଜେନା ସହ କେନ୍ଦ୍ରାପଡ଼ା ପୌର ସଂସ୍ଥା ଚାରି ନମ୍ବର ୱାର୍ଡ଼ ଅଯୋଧ୍ୟା ନଗର ସ୍ଥିତ ଶ୍ରୀ କୁନିଆ ନାୟକଙ୍କ ଜ୍ୟେଷ୍ଠ କନ୍ୟା ଦମୟନ୍ତୀ ନାୟକ ସହ ବିବାହ ସମ୍ପନ୍ନ ହୋଇଛି । ଅଲେଖ ଚନ୍ଦ୍ର ଜେନା ଜଣେ ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ ହୋଇଥିବା ବେଳେ, ଦମୟନ୍ତୀ ନାୟକ ଜନେ ସ୍ୱଳ୍ପ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ଏହି ବିବାହ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଶିଷ୍ଟ ବାସ୍ତୁ ବିତ ନାରାୟଣ ଚନ୍ଦ୍ର ପତି, ପୂର୍ବତନ କାଉନ଼ସିଲର ଦେବେନ୍ଦ୍ର କୁମାର ରାଉତ, ବିଶିଷ୍ଟ ସମାଜ ସେବୀ ସମୀର ଚାନ୍ଦ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ, ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟ ଓ ଦଧିବାମନ ଜୀଉ ବଧିର ବିଦ୍ୟାଳୟର ସମସ୍ତ କର୍ମଚାରୀ, ଗ୍ରାମବାସୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, କ୍ରୀଡା ଶିକ୍ଷକ ଭରତ କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ବଟକୃଷ୍ନ ବାରିକ, ସହକାରୀ ଶିକ୍ଷକ ଅରୁଣ କୁମାର ବେହେରା, ସୋନାଲି ସ୍ୱାଇଁ, ସଶ୍ମିତା ରାଉତ, ମାନିନୀ ବେହେରା, ମହେନ୍ଦ୍ର ପ୍ରସାଦ ସିଂ, ଗୀତାଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।