
- ଉପର ମୁଣ୍ଡ ଜମି ଶୁଖିଲା ପଡିଛି
- ଖାଲୁଆ ଜମିରେ ପାଣି ଲହରି ମାରୁଛି
- ଡ୍ରେନେଜ ନାଳ ପୋତି ହେଲାଣି
- କାଡା କେନାଲର ସତା ନାହିଁ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚଳିତ ଖରିଫ୍ ଚାଷ ବିଳମ୍ବରେ ଆରମ୍ଭ ହୋଇଛି । ବର୍ଷା ନଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ପୂର୍ବେ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଜୋର ଧରିଛି । ବର୍ତମାନ ସୁଦ୍ଧା ପ୍ରାୟ ୭୦/୭୮ ପ୍ରତିଶତ ଧାନରୁଆ ସରିଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ମାତ୍ର ଜଳସମ୍ପଦ, ଜଳନିକାସ, କାଡା ବିଭାଗ ମନମୁଖି କାର୍ଯ୍ୟ ଯୋଗୁଁ ଉପର ମୁଣ୍ଡ କ୍ଷେତରେ ପାଣି ପହଁଚୁ ନଥିବା ବେଳେ ତଳମୁଣ୍ଡରେ ପାଣି ଜମିରହି ପୋଖରୀର ଭ୍ରମ ସୃଷ୍ଟି କରୁଛି ।











