କେନ୍ଦ୍ରାପଡା- ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଶ୍ରୀ ବଳଦେବଜୀଉ ରଥ ଦାଣ୍ଡରେ କେନ୍ଦ୍ରାପଡା ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଇନାଥ କଳା ପରିଷଦ ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଭାଗିତାରେ ଶ୍ରୀ ବଳଦେବଜୀଉ ଜନ୍ମ ମହୋତ୍ସବ-୨୦୨୩ ମହାସମାରୋହରେ ପାଳିତ ହୋଇଛି । ଆମେ ମତ ଆମ ପୂର୍ବପୁରୁଷଙ୍କୁ ସମ୍ମାନ ଦେବା ତେବେ ଆଗାମୀ ପିଢି ସେମିତି ଭାବରେ ଆମକୁ ସମ୍ମାନ ଦେବ ତେଣୁ ବଳଦେବଜୀଉଙ୍କର ଜନ୍ମଦିନ ପାଳନ ଅବସରରେ ଅତିଥିମାନଙ୍କ ବକ୍ତବ୍ୟ ଥିଲା । ଜିଲ୍ଲା ୯ ଗୋଟି ବ୍ଲକରୁ ୩୦ ଉର୍ଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ଜନ୍ମବେଦୀ ମାଉସୀମା ମନ୍ଦିର ପ୍ରାଙ୍ଗଣରୁ ବଳଦେବଜୀଉ ମନ୍ଦିର ପରିକ୍ରମା କରିଥିଲେ । ବିମ୍ବାଧର ବେହେରା ଓ ତାଙ୍କ ସାଥି ମାନଙ୍କ ଦ୍ୱାରା ଘୋଡାନାଚ ପରିବେଷଣ କରାଯାଇଥିଲା । ସୁରେନ୍ଦ୍ର ନାଥ ସତପଥି ଓ ତାଙ୍କ ସାଥିମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ପିଣ୍ଟୁ ମ୍ୟୁଜିକ ଡ୍ୟାନ୍ସ ଓ କଲ୍ଚରାଲ ଏକାଡେମି ଓ ନ୍ୟୁ ଷ୍ଟାର ଡ୍ୟାନ୍ସର ଏକାଡେମୀ ମିଳିତ ଭାବରେ ଓଡିଶି ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସାଇନାଥ ଭଜନ ସଂଧ୍ୟା ଦ୍ୱାରା ଭଜନ ପରିବେଷଣ ଓ ନଙ୍ଗୁଳି ବାବାଙ୍କ ଦ୍ୱାରା ଭାଗବତ ପାଠ କରାଯାଇଥିଲା । ସାଇନାଥ କଳା ପରିିହଦର ସଭାପତି ଜୟଶ୍ରୀ ପତି ମଞ୍ଚ ପରିଚାଳନା ଓ ସମ୍ପାଦକ ପ୍ରଦୀପ ସାହୁ ଓ ଜିଲ୍ଲା ଉପଦେଷ୍ଟା କୁଲମଣି ବେହେରା ସହଯୋଗ କରିଥିଲେ । ମ୍ୟୁନିସପାଲଟି ଅଧ୍ୟକ୍ଷା ଶ୍ରୀମତ ସରିତା ସାହୁ ଓ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ଓ ସାଇ ପରିବାର ମା’ ସୁଧାଶୁଂ ବାବାଙ୍କୁ “ମା’ ତୁଳସୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ରାଜେଶ ଦାସ, କଂଗ୍ରେସ ନେତା ଗଣେଶ୍ୱର ବେହେରା, ଉପଜିଲ୍ଲାପାଳ ନିରଂଜନ ବେହେରା ଅତିଥି ଭାବରେ ଯୋଗଦାନ କରିଥିଲେ ।
kanikanews.in
Next Post
ବଳଦେବଙ୍କ ଜନ୍ମୋତ୍ସବ ପାଳନ
Thu Aug 31 , 2023
କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କର ବସ୍ତ୍ର ଉଲ୍ଲଗୀ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀ ବନ୍ଧନ କରାଯାଇଥିଲା । ପରେ ପରେ ଲକ୍ଷେ ତୁଳସୀ ଅର୍ପଣ କରାଯାଇ ପୂଜାର୍ଚ୍ଚନା […]

You May Like
- 11 months ago
ଅଷ୍ଟ୍ରେଲିଆରେ କେନ୍ଦ୍ରାପଡ଼ାର ପୁଅ ସମ୍ମାନିତ
- 10 months ago
ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି