କୁମ୍ଭୀର ଆତଙ୍କରେ ନଦୀକୂଳିଆବାସୀ ଆତଙ୍କିତ, ପୁଅ ଆଖିଆଗରୁ ବାପାକୁ ଝାମ୍ପିନେଲା କୁମ୍ଭୀର


 

କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର ଦୃଶ୍ୟ ଦେଖି ବିଚଳିତ ହେବା ସହ ନିକଟରେ ଥିବା ଡଙ୍ଗା କାତରେ କୁମ୍ଭୀରକୁ ପିଟିଥିଲା । ଏହାସତ୍ୱେ କୁମ୍ଭୀର ଅଭୟକୁ ନଦୀ ଭିତରକୁ ନେଇ ଯାଇଥିଲା । ସବୁଦିନ ବ୍ରାହ୍ମଣୀ ନଦୀପଠା(ରାଜପୁର ପାଳ) ଅଭୟ ମଇଁଷି ପଲ ବାନ୍ଧି ଘରକୁ ଚାଲି ଆସେ । ଗୁରୁବାର ଦିନ ପ୍ରାୟ ୯ଟା ସମୟରେ ଅଭୟ ନିଜ ପୁଅ ଅନିଲ ଓ ଗାଁର ଅଶୋକ ରାଉତଙ୍କ ସହ ହୁଲିଡଙ୍ଗା ନେଇ ପାଳକୁ ଯାଇଥିଲେ । ସେଠାରେ ଅଭୟ ଡଙ୍ଗାରୁ ଓହ୍ଲାଇ ସାରିବା ପରେ ଅଇଁଠା ବାସନକୁ ନଦୀରେ ଧୋଇ ଉଠିବା ବେଳକୁ ଅଭୟକୁ ପଛପଟରୁ ଝାମ୍ପି ନେଇଥିଲା କୁମ୍ଭୀର । ପ୍ରତ୍ୟେକ୍ଷଦର୍ଶୀ ଥିବା ଅଶୋକ ପାଣି ମଡାଇବାକୁ ପାଳକୁ ଯାଇଥିଲେ । ଉଭୟେ ଅଶୋକ ଓ ଅନିଲ କାତ ସାହାଯ୍ୟରେ ପିଟିଥିଲେ ମଧ୍ୟ କୁମ୍ଭୀର ତାଙ୍କୁ ଛାଡିନଥିଲା । ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ସହ ଆଖପାଖ ଗାଁର ଶତାଧିକ ଲୋକ ନଦୀକୂଳକୁ ଆସିଥିଲେ । ଗାଁର ଦୁଇଟି ବୋଟ ସହ ଅଗ୍ନିଶମ ବାହିନୀର ବୋଟ ଓ ବନବିଭାଗର ବୋଟ ନଦୀ ମଧ୍ୟରେ ଖୋଜିଥିଲେ ମଧ୍ୟ ଅଭୟର କୈାଣସି ସନ୍ଧାନ ପାଇନଥିଲେ । ଅପରପକ୍ଷରେ ସଂପୃକ୍ତ ପ୍ରାୟ ୨୦ଫୁଟର କୁମ୍ଭୀରଟି ତିନିଥର ଭାସୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ରାଜପୁର ଗ୍ରାମ ସହ ନଦୀକୂଳିଆ ଗ୍ରାମବାସୀଙ୍କ ମଧ୍ୟରେ କୁମ୍ଭୀର ଆତଙ୍କ ନେଇ ଛନକା ପଶିଛି ।


Next Post

କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ଅଭୟଙ୍କ ପରିବାରକୁ ଭେଟିଲେ ପ୍ରାକ୍ତନ ବିଧାୟକ ଅଂଶୁମାନ

Fri Sep 1 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ ଗୁରୁବାର ଅଭୟ ରାଉତଙ୍କୁ ବ୍ରାହ୍ମଣୀ ନଦୀପଠାରେ କୁମ୍ଭୀର ଝାମ୍ପି ନେଇଯାଇଥିବା ଖବରପାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶୋକସନ୍ତପ୍ତ ଅଭୟଙ୍କ ବାସଭବନରେ ପହଁଞ୍ଚି ତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ । ସେଠାରେ ଉପସ୍ଥିତ ଥିବା ରେଞ୍ଜ ଅଫିସର ଚିତରଂଜନ ବେଉରା ଓ ଫରେଷ୍ଟର ବିଜୟ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ବ୍ଲକ କଂଗ୍ରେସ […]

You May Like