କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା


                               ବରୀ ବ୍ଲକର ଅମଂପୁର ନଦୀରେ 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର ଓ ରାଜନଗର ବ୍ଲକର ରାଜପୁର ଓ ହାତିଆଗଡ଼ିକୁ ମିଶାଇ ୬ଟି ମୂଲ୍ୟବାନ୍ ଜୀବନ ଇତି ମଧ୍ୟରେ ରକ୍ତମୁଖା କୁମ୍ଭୀର ନେଇ ସାରିଲାଣି । ବନ ବିଭାଗ ତରଫରୁ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଅନୁକମ୍ପା ସାହାଯ୍ୟ ପ୍ରଦାନ କରିବା ସହ ଡାକବାଜି ଯନ୍ତ୍ରରେ ନଦୀକୁ ନଯିବା ପାଇଁ ପ୍ରଚାର କରିବା ଓ ଅଧିକ ଲୋକ ବ୍ୟବହାର କରୁଥିବା ସ୍ଥାନମାନଙ୍କରେ ନଦୀ ଘାଟ ନିର୍ମାଣ ତଥା ତାରଜାଲି ଘେରାଇ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୁମ୍ଭୀର ଆତଙ୍କ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରମଣ ସ୍ଥଳରେ ଘାଟ ବା ତାରଜାଲି ବ୍ୟବସ୍ଥା କରାଯାଇନାହିଁ । ଲୋକେ ବଂଶାନୁକ୍ରମିକ ଭାବେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରି ଚଳୁଥିବା ଯୋଗୁଁ ନଦୀ ଛାଡି ଚଳିବା ସମ୍ଭବ ହେଉନାହିଁ ।ଏହି ସମସ୍ତ ଘଟଣା ବର୍ଣ୍ଣନା କରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ଚିଠିଲେଖି ନିବେଦନ କରିଛନ୍ତି । ତାଙ୍କ ପତ୍ରରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ବ୍ରାହ୍ମଣୀ ନଦୀରୁ କୁମ୍ଭୀରମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅପସାରଣ କରିବା ପାଇଁ ଅନୁରୋଧ ଜଣାଇଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ଆପଣ କହିଥିଲେ ଯେ ଆପଣଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ । ସୁତରାଂ ଆପଣ ପରିସ୍ଥିତିର ଭୟାବହତାକୁ ହୃଦୟଙ୍ଗମ ହୋଇ ଅବିଳମ୍ବେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରଛୁ।


Next Post

ଆମେ ବିଧାନସଭା ଯିବା ଧୋୟାଞ୍ଚଳ କଂଗ୍ରେସ ବୌଠକରେ ସଂକଳ୍ପ ପାରିତ

Sat Sep 2 , 2023
କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ଧୋୟାଅଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି ଓ ବଲୁରିଆର ପଞ୍ଚାୟତରେ ଏକ ମିଳିତ କଂଗ୍ରେସ କର୍ମୀ ବୈଠକ ଦାଣ୍ଡିସାହି ଠାରେ ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ “ଆମେ ବିଧାନ ସଭା ଯିବା” ସଂକଳ୍ପ ଗ୍ରହଣ କରାଯାଇଛି । ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କଂଗ୍ରେସର […]

You May Like