କେନ୍ଦ୍ରାପଡା ସହର ଉପକଣ୍ଠ ଗଣାମାହାଲ ସ୍ଥିତ ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଗୁରୁବାର ଦିନ ଶେଷ ହୋଇଛି । ପବିତ୍ର ଶ୍ରାବଣ ଶୁକ୍ଳ ଏଦଶମୀ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଅନୁଷ୍ଠିତ ଏହି ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣମୀରେ ଉଦ୍ଯାପିତ ହୋଇଛି । ସନ୍ଧ୍ୟା ଆଳତୀ ପରେ ଶ୍ରୀ ରାଧାଗୋବିନ୍ଦଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଯାଇ ଝୁଲଣ କରାଯାଇଥିଲା । ଝୁଲଣ ମଣ୍ଡପରେ ନିତିକାନ୍ତି କରାଯାଇ ଭୋଗ ଲାଗି କରାଯାଇଥାଏ । ହଜାର ହଜାର ଭକ୍ତ ପ୍ରତିଦିନ ସନ୍ଧ୍ୟାରେ ସମବେତ ହୋଇ ଶ୍ରୀ ଜୀଉଙ୍କ ଝୁଲଣ ଯାତ୍ରାକୁ ଉପଭୋଗ କରିଥିଲେ । ପୌରାଣିକ ଉପାଖ୍ୟାନକୁ ଭିତ୍ତି କରି ସଖୀ ଓ ସଖାମାନଙ୍କ ସହିତ ଶ୍ରୀ ରାଧାକୃଷ୍ଣ ଏହି ସମୟରେ ଗୋପରେ ଝୁଲଣ ଯାତ୍ରା କରିଥିଲେ । ଏହାକୁ ଆଧାର କରି ଏହି ଝୁଲଣ ଯାତ୍ରା ବିନୋଦବିହାରୀ ମନ୍ଦିରରେ ଅନୁଷ୍ଠିତ ହୋଇଆସୁଅଛି ବୋଲି ମନ୍ଦିର ପରିଚାଳନା ସୂଚନା ଦେଇଛନ୍ତି । ଏହି ଅବସରରେ
ଏହି ଅବସରରେ ଶ୍ରୀ ଶ୍ରୀ ବିନୋଦବିହାରୀଜୀୟୁ ଭଜନ ସନ୍ଧ୍ୟା କଳାକାରମାନଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଓ ଗହ୍ମାପୂର୍ଣ୍ଣିମା ଦିନ ଗୋକୁଳ ଚନ୍ଦ୍ର ସଂଙ୍ଗିତ ସଦନ ଆନୁକୂଳ୍ୟରେ କୁନିକୁନି କଳାକାରମାନଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଭଜନରେ ନୃତ୍ୟ ଭକ୍ତମାନଙ୍କ ମନମୋହିଥିଲା । କେନ୍ଦ୍ରାପଡା ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ,ସମାଜସେବୀ ତଥା ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ରାଧାକୃଷ୍ଣଙ୍କ ଆର୍ଶୀବାଦ ନେଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଭକ୍ତ ସମବେତ ହୋଇ ଶ୍ରୀ ଜୀଉଙ୍କ ଝୁଲଣ ଯାତ୍ରାକୁ ଉପଭୋଗ କରିଥିଲେ । କମିଟିର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ ।