
କେନ୍ଦ୍ରାପଡ଼ା, ୫ା୯: ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ କାର୍ଯ୍ୟରତ ଅବସ୍ଥାରେ ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିନ୍ଦା କରିବା ସହ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦାବି କରିଛି । ଆଇନଜୀବୀମାନଙ୍କୁ କାର୍ଯ୍ୟରତ ସମୟରେ ସୁରକ୍ଷା ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ ଅଟେ । ଏଣୁ ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ଧନୁର୍ଦ୍ଧର ନାୟକ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ପ୍ରଦୀପ୍ତ ମହାନ୍ତି, ସରକାରୀ ଓକିଲ ସଂଜୟ କୁମାର ଜେନା, ଅଧିକାରୀ ପ୍ରଭାତ କୁମାର ଦାସ, ଆଶୁତୋଷ ମହାନ୍ତି, ଗୋବର୍ଦ୍ଧନ ରାଉତ, ବିଜୟ ପରିଡା, ରଞ୍ଜନ ପଣ୍ଡା, ପ୍ରଦୀପ ଦାସ, ବିଚିତ୍ର ସାହୁ, ସୁରେଶ ସେଠୀ, ଆନସାର ଅଲ୍ଲୀ, ରୁକସାନା ଖାନମ, ଅରୁଣ ପ୍ରସାଦ ଦାସ, ରବି ଦାସ, ନିରଞ୍ଜନ ବଳ, ଉଷା ଦାସ, ଅନନ୍ତ ପାତ୍ର, ରଞ୍ଜନ ମଲିକ, ଆଶିଷ ସାମଲ, ଗଗନ ବିହାରୀ ଜେନା, ଅଞ୍ଜନା ମହାନ୍ତି, ଶାନ୍ତି ସ୍ୱରୂପ ଭୂୟାଁ, ରବି ପାତ୍ର, ବିଧୁଭୂଷଣ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।











