କେନ୍ଦ୍ରାପଡାରେ କଂଗ୍ରେସ ଭାରତ ଯୋଡ ସ୍ମାରକୀ ପଦଯାତ୍ରା


ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ପଦଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଜଳା କଂଗ୍ରେସ କାର୍ଯ୍ୟାଳୟରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ସହରର ତିନିମୁହାଣୀଠାରେ ନିର୍ମିତ ଦାଣ୍ଡିଯାତ୍ରା ସ୍ମାରକୀ ପୀଠରେ ସମାପନ ହୋଇଥିଲା । କଂଗ୍ରେସ ନେତୃମଣ୍ଡଳୀ ତଥା କର୍ମୀମାନେ ଜାତୀୟ କଂଗ୍ରେସ ଓ ରାହୁଲ ଗାନ୍ଧୀ ଜିନ୍ଦବାଦ୍ ନାରା ନେଇ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଭାଷଣକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା । ସ୍ମାରକୀ ପୀଠରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦିଆଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ଶର୍ମା, ପୂର୍ବତନ ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେହୁରା, ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ବିଭ୍ରାଂଶୁ ଲେଙ୍କା ଓ ରାଜେଶ ମହାନ୍ତି, ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡରେ ସାମିଲ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ଯୁବନେତା ସୌମ୍ୟଜିତ୍ ନାୟକ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅଭିଭାଷଣ ରଖି ଦେଶର ସାମ୍ପ୍ରତିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କ ଏା÷ତିହାସିକ ଭାରତ ଯୋଡ ଯାତ୍ରା ସଫଳତା ସମ୍ପର୍କରେ ସେମାନେ ବକ୍ତବ୍ୟରେ ଉଲ୍ଲେଖ କରିବା ସହ ସାମ୍ପ୍ରତିକ ସଦ୍‌ଭାବ ଓ ଦେଶବାସୀଙ୍କ ମଧ୍ୟରେ ପରସ୍ପର ପ୍ରତି ଶ୍ରଦ୍ଧା, ପ୍ରେମ ଓ ସହଯୋଗ ପୁନରୁଦ୍ଧାର ଉଦ୍ୟମର ଭୂୟଂସୀ ପ୍ରଶଂସା କରିଥିଲେ । ଦେଶ, ଜାତି, ଧର୍ମ ଓ ଭାଷା ଭିତ୍ତିରେ ମୋଦୀ ସରକାରଙ୍କ ବିଭାଜନ ନିତିକୁ ପ୍ରତିହିତ କରିବା ପାଇଁ ଦେଶବାସୀ ସଂକଳ୍ପ ନେବାକୁ ନେତାମାନେ ଆହ୍ୱାନ ଦେଇଥିଲେ । ଏହି ଭାରତ ଯୋଡ ସ୍ମାରକୀ ପଦଯାତ୍ରା ଓ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ନିରାକାର ରାଉତ, ରାଜେଶ ମହାନ୍ତି, ମଳୟ କୁମାର ଦାସ, ଅମୂଲ୍ୟ କୁମାର ପ୍ରଧାନ, ସୌମେନ୍ଦ୍ର ପୃଷ୍ଟି, ସେଖ୍ ଚାନ୍ଦ ବାବୁ, ସୟଦ୍ ମୁକ୍ତାର, ସେକ୍ ଅରମାନ୍‌, ରତିକାନ୍ତ ସାମଲ, ସର୍ବେଶ୍ୱର ସେଠୀ, ଓଁକାର ମହାନ୍ତି, ସିଦ୍ଧାର୍ଥ ଜେନା, ବାବାଜୀ ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ବିଭୂତି ଚରଣ ଦାସ, ଜ୍ଞାନରଞ୍ଜନ ସାହୁ, ଉମେଶ ମହାନ୍ତି, ବସନ୍ତ କୁମାର ମଲ୍ଲିକ, ପ୍ରଭାତ କୁମାର ଉଡାଣସିଂ, ଅନନ୍ତ ଚରଣ ସ୍ୱାଇଁ, ବିଚିତ୍ର ଲେଙ୍କା, ତୋଫାନ କୁମାର ସ୍ୱାଇଁ, ସାର୍ଥକ ମହାପାତ୍ର, ମନୋଜ ନାୟକ, ନରେଶ ଜେନା, ନିରଞ୍ଜନ ସାହୁ, ଲକ୍ଷ୍ମୀଧର ବାରିକ, ଟିଜି ଚୌଧୁରୀ, ସତ୍ୟ ସାମଲ, ରଞ୍ଜନ କୁମାର ବେହେରା, ରବିନାରାୟଣ ବେହେରା, ଦର୍ପନାରାୟଣ ସାହୁ, ଅଶୋକ ଲେଙ୍କା, ନିରାକାର ଜେନା, ସନ୍ତୋଷ ବେହେରା, ରଞ୍ଜନ ନାୟକ, ଅଭୟ କୁମାର ଦାସ, ଦୟାନିଧି ପରିଡା, କେଶବ ଚନ୍ଦ୍ର ପ୍ରଧାନ, ସୁଜୟ କୁମାର ଦାସ, କ୍ଷମାନିଧି ସାମଲ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading