ରାଜ୍ୟବ୍ୟାପି ତୀବ୍ର ହେଉଛି ଏସଏସବି ଅଧ୍ୟାପକଙ୍କ ଆନ୍ଦୋଳନ


କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ଏସଏସବି ସଙ୍ଘର ନିଷ୍ପତ୍ତି କ୍ରମେ ଗୁରୁ ଦିବସ ଠାରୁ କଳାବ୍ୟାଚ ପରିଧାନ ପୂର୍ବକ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଛି । ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ନୀରବ ପ୍ରାର୍ଥନା କରି ବିରୋଧାଭାସ ପ୍ରଦର୍ଶନ କରୁଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗ୍ରେଡ ପେ ୪୬୦୦ରୁ ୫୪୦୦କୁ ବୃଦ୍ଧି କରିବା ସହ ପିଛିଲା ଭାବେ ୨୦୧୬ରୁ ଏହାକୁ ଲାଗୁ କରିବାକୁ ରାଜ୍ୟ ଏସଏସବି ଅଧ୍ୟାପକ ସଙ୍ଘ(ଓସଲା) ପକ୍ଷରୁ ଅଗଷ୍ଟ ୩୧ତାରିଖ ଦିନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସେପ୍ଟେମ୍ବର ୫ ଗୁରୁ ଦିବସ ସୁଦ୍ଧା ଦାବି ପୁରଣ ନହେଲେ ରାଜ୍ୟର ସମସ୍ତ ୪୮୮ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସଏସବି ଅଧ୍ୟାପକମାନେ କଳାବ୍ୟାଚ ପିନ୍ଧି ବିରୋଧ ପ୍ରଦର୍ଶନ କରିବାକୁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗୁରୁଦିବସ ଠାରୁ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ କଳାବ୍ୟାଚ ପିନ୍ଦି ପ୍ରତିବାଦ ଜଣାଇଛନ୍ତି । ରାଜ୍ୟ ଏସଏସବି ସଙ୍ଘର ସଭାପତି ସରୋଜକାନ୍ତ ନାୟକଙ୍କ କହିବା ଅନୁସାରେ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସଏସବି) ଦ୍ୱାରା ପରିଚାଳିତ ଏକ ସ୍ୱଛ ଏବଂ ମୁକ୍ତ ନିଯୁକ୍ତି ପ୍ରଣାଳୀର ଯୋଗ୍ୟତା ଆଧାରରେ ସେମାନେ ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଉଦବେଗର ବିଷୟ ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭଳି ସମାନ କର୍ତ୍ତବ୍ୟ ଓ ଦାୟୀତ୍ୱ ସମ୍ପାଦନ କରୁଥିବା ସତ୍ତ୍ୱେ ସେମାନେ ମୈାଳିକ ଦେୟରୁ ବଞ୍ଚିତ ହେଉଛନ୍ତି ଏବଂ ସେମାନଙ୍କୁ ମାତ୍ର ୪୬୦୦ ଗ୍ରେଡ ପେ ରେ ଦରମା ପ୍ରଦାନ କରାଯାଉଛି । ୫୪୦୦ଗ୍ରେଡ ପେ ସହ ସେମାନଙ୍କୁ ଡିଗ୍ରୀ କଲେଜ ଅଧ୍ୟାପକ ଭାବେ ମାନ୍ୟତା ଦେବାକୁ ୨୦୧୬ରୁ ଦାବି କରାଯାଇ ଆସୁଛି । ସଙ୍ଘର ସମ୍ପାଦକ ଲମ୍ବୋଦର ରାଉତଙ୍କ କହିବା ଅନୁସାରେ ଏହି ଦାବି ନେଇ ସରକାର ଉଦାସୀନ ମନୋଭାବ ରାଜ୍ୟର କାର୍ଯ୍ୟରତ ୩ହଜାରରୁ ଉର୍ଦ୍ଧ୍ୱ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମାନସିକ ଯନ୍ତ୍ରଣା ପ୍ରଦାନ କରୁଛି । ଏସଏସବି ଅଧ୍ୟାପକଙ୍କୁ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ଦରମା ପ୍ରଦାନ କରାଯାଉନାହିଁ । ଡିଗ୍ରୀ କଲେଜରେ ନିଯୁକ୍ତି ପାଇବା ସହ ସେମାନଙ୍କ ସ୍ନାତକ ଓ ସ୍ନାତ୍ତୋକତ୍ତର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ତେଣୁ ସେମାନଙ୍କୁ ଡିଗ୍ରୀ କଲେଜର ଅଧ୍ୟାପକ ଓ ଅଧ୍ୟାପିକାର ମାନ୍ୟତା ମିଳିବା ନାର୍ଯ୍ୟ ଦାବି । ଏସଏସବି ଅଧ୍ୟାପକଙ୍କୁ ୪୬ଶହ ଗ୍ରେଡ ପେରେ ଦରମା ପ୍ରଦାନ କରିବା ଓଡିଶା ଶିକ୍ଷା (ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଏବଂ ସେବା ସର୍ତ୍ତ) ନିୟମ ୧୯୭୪ର (ଅଧ୍ୟାୟ ୩ ଅନୁଛେଦ ୯)ର ଉଲ୍ଲଙ୍ଘନ କରୁଛି । ଆସନ୍ତା ୭ଦିନ ମଧ୍ୟରେ ସେମାନଙ୍କ ଦାବି ପୁରଣ ନହେଲେ ଅନ୍ୟ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଏସଏସବି ରାଜ୍ୟ ସଙ୍ଘର ସଭାପତି ଶ୍ରୀ ନାୟକ କହିଛନ୍ତି ।


Next Post

ଅସରାଏ ବର୍ଷାରେ ଲହଡ଼ି ମାରୁଛି ବର୍ଷା ପାଣି ,କାଗଜକଲମରେ ଚାଲିଛି ଜଳନିଷ୍କାସନ ଯୋଜନା!

Thu Sep 14 , 2023
କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌରାଂଚଳରେ କୁତ୍ରିମ ବନ୍ୟା ପ୍ରତି ବର୍ଷ ଦେଖାଯାଉଥିବା ବେଳେ ସବୁ ବର୍ଷ ବଡ ବଡ ଦାବୀ କରାଯାଇ ଜନତାଙ୍କୁ ଫମ୍ପା ଆଶ୍ୱସନା ଦିଆଯାଉଛି ।  ପ୍ରତି ମାସ କୋଟି କୋଟି ଟଙ୍କା […]

KANIKA