ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ


କେନ୍ଦ୍ରାପଡ଼ା, ୧୩ା୯: ପ୍ରଶାସନିକ ସ୍ଥାଣୁତା ପାଇଁ କେନ୍ଦ୍ରାପଡା ସହରରେ ଜବରଦଖଲ, ଟ୍ରାଫିକ ସମସ୍ୟା ବଢିବଢି ଚାଲିଛି । ବାଇକ ଚାଳକଙ୍କ ବେଆଇନ ଭାବେ ବେପରୁଆ ଗାଡିଚାଳନା ସାଙ୍ଗକୁ ବିକଟାଳ ଶଦ୍ଦ କରିବା ସହରବାସୀଙ୍କୁ ଭୟଭିତ କରି ରଖିଛି । ତେବେ ଆନନ୍ଦର ବିଷୟ ଯେ ଏବେଏବେ କେନ୍ଦ୍ରାପଡା ଟାଉନଥାନାରେ ଯୋଗ ଦେଇଥିବା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ(ଆଇଆଇସି) ଦିଲ୍ଲୀପ କୁମାର ସାହୁଙ୍କ ବାଇକ ଚାଳକଙ୍କ ଉପରେ ଚଢାଉ କରିବା ପଦକ୍ଷେପ ସହରବାସୀଙ୍କୁ ଆସ୍ୱସ୍ତି ଆଣିଛି । ସହରର ବିଭିନ୍ନ ସ୍ଥାନରେ କରି ବେଆଇନ ଭାବେ ବାଇକ ଓ ସ୍କୁଟର ଚଳାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି । ନାବାଳକ ଗାଡି ଚଲାଇବା, ବିନା ଲାଇସେନ୍ସରେ ଗାଡି ଚଳାଇବା, ମୋବାଇଲରେ କଥା ହୋଇ ଗାଡି ଚଳାଇବା, ବୁଲେଟରୁ ସାଇଲେନ୍ସର କାଢି ଗାଡି ଚଳାଇବା, ବାଇକରେ ବିକଟାଳ ଶଦ୍ଦ କରି ଗାଡି ଚଳାଇବା କାରଣରୁ ଟାଉନଥାନା ପୋଲିସ ଜରିମାନା ଆଦାୟ କରିଛି । ମଙ୍ଗଳବାର ଓ ବୁଧବାର ଦୁଇଦିନରେ ଏହିପରି ୩୦ଗୋଟି ବାଇକ ଓ ସ୍କୁଟରକୁ ଧରୀ ଜରିମାନା ବାବଦକୁ ୮୪ହଜାର ଟଙ୍କା ଆଦାୟ କରିଛନ୍ତି । ଏହି ଜରିମାନା ବାଇକ ଚାଳକମାନଙ୍କୁ ଭାରି ବାଧୁଛି ବୋଲି ମଢିଆଳର ଜନୈକ ବାଇକମାଲିକ କହିଛନ୍ତି । ଟାଉନ ଆଇଆଇସି ଶ୍ରୀ ସାହୁଙ୍କ ଏହି ପଦକ୍ଷେପକୁ ବୁଦ୍ଦିଜୀବୀମାନେ ସମର୍ଥନ ଜଣାଇଛନ୍ତି ।


Next Post

ଚୋରାନିଶା କାରବାରର ଭୟଙ୍କର ସ୍ଥିତି: ନିଶା କବଳରେ ଛାତ୍ର ଓ ଯୁବକ

Thu Sep 14 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରାମଦ,ଡ୍ରଗ୍ସ,ଗଞେଇ, ଧଳାଜହର କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି । ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚେଖୁଲମ୍‌ଖୁଲା ବେପାର ଚାଲିଛି । ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି ।ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ […]

You May Like