ଟ୍ରକ୍ ଧକ୍କାରେ ଜଣଙ୍କର ୨ ଗୋଡ଼ କଟିଲା ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ



ତାଳଚେର ବସ୍‌ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍‌କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚାଉଳିଆକୁତା ଅଞ୍ଚଳର ହରି ବେହେରା (୫୫) ରାସ୍ତାରେ ଯାଉଥିବାବେଳେ ଓଡି୧୯ଏନ୍‌୦୯୩୭ ନମ୍ବର ଟ୍ରକ୍ ତାଙ୍କୁ ଧକ୍‌କା ଦେଇଥିଲା । ସେ ତଳେ ପଡ଼ଯିବାରୁ ତାଙ୍କ ଗୋଡ଼ ଉପରେ ଟ୍ରକ୍ ଚକା ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ଉତ୍ତ୍ୟକ୍ତ ଲୋକମାନେ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଆହତ ବ୍ୟକ୍ତିଙ୍କୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇବା ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଟ୍ରକ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି ଏବଂ ଲୋକମାନଙ୍କୁ କ୍ଷତିପୂରଣ ସମ୍ପର୍କରେ ବୁଝାସୁଝା କରିବା ପରେ ସଂଧ୍ୟାରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି । ତେବେ ୧୪୯ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନୀ ହେଉଥିଲାବେଳେ ଏଥିପ୍ରତି କାହାର ଦୃଷ୍ଟି ପଡୁନଥିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।


Next Post

ଚିକିତ୍ସା କାରାଇ ଫେରିବା ବାଟରେ ଆନ୍ଧ୍ରରେ ଆମ୍ବୁଲାନ୍‌ସ୍ ଦୁର୍ଘଟଣା: ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳର ୪ଜଣ ମୃତ

Fri Sep 15 , 2023
ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍‌ରେ ଚିକିତ୍ସା କରାଇ ଆମ୍ବୁଲାନ୍‌ସ୍‌ରେ ଫେରିବା ବାଟରେ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍ର୍କକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଝିଅ, ଜ୍ୱାଇଁ, ଦୁଇ ଶ୍ୱସୁର ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି । […]

You May Like