୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି କରିବ ସଚେତନତା ଯାତ୍ରା



ପଟ୍ଟାମୁଣ୍ଡାଇ ତା ୧୬/୨-ଓଡିଶାର ବିଭିନ୍ନ ସମସ୍ୟା ନେଇ ଜନଶକ୍ତି ପାର୍ଟି ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ କରିଆସୁଛି । ସମ୍ପ୍ରତି ୫ଦାବୀ ଦାବୀ ନେଇ ଏକ ଜନ ସଚେତନତା ଯାତ୍ରା କରିବାକୁ ପାର୍ଟି ଯୋଜନା କରିଛି  । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଧମୁକ୍ତ ଶିକ୍ଷା ଋଣ,ଅନେକ ରାଜ୍ୟରେ ବିଦ୍ୟୁତ ବିଲ ଛାଡ଼ ହୋଇଥିବାରୁ ଓଡିଶା ବଳକା ବିଦ୍ୟୁତ ରାଜ୍ୟ ହୋଇଥିବାରୁ ବକେୟା ବିଦ୍ୟୁତ ବିଲ ଛାଡ଼,ଦରଦାମ ବୃଦ୍ଧି ନିୟନ୍ତ୍ରଣ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସର୍ବୋପରି ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ଆଦି ୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି ପକ୍ଷରୁ ଆସନ୍ତା ଏପ୍ରିଲ ୧ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନରୁ ଏକ ଜନସଚେତନତା ରଥ ସାରା ରାଜ୍ୟ ପରିକ୍ରମା କରିବ ବୋଲି ରାଜ୍ୟ ସଭାପତି ଆଡ଼ଭୋକେଟ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।


Next Post

ପଟ୍ଟାମୁଣ୍ଡାଇରେ ସ୍ବେଛାକୃତ ରକ୍ତଦାନ ଶିବିର

Sun Feb 16 , 2025
ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅରଡ଼ା ବଜ୍ର ମହାକାଳୀ ଯୁବକ ସଂଘ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଡିଭାଇନ ପ୍ୟାଲେସ ଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦଘାଟନ କରିଥିଲେI ଏହି ଶିବିରରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ […]

KANIKA