ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ

ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ହାଇସ୍କୁଲର ଶିକ୍ଷକ ତଥା ସାହିତ୍ୟିକ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ “ପ୍ରଜ୍ଞାଦୂତ “କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ରାଜଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉତ୍କଳ କାଳିଦାସ ପଣ୍ଡିତ ପ୍ରବୋଧ ମିଶ୍ର,ଡା ଦିନବନ୍ଧୁ ମହାରଣା, ପ୍ରକାଶକ ନିମାଇଁ ଭୂୟାଁ, ପଣ୍ଡିତା ଶଶୀକଳା ମିଶ୍ର, ପିଆରଓ ରକ୍ଷକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି ସାହିତ୍ୟିକ ଓ ପ୍ରଶାସକ ଯୋଗ ଦେଇଥିଲେ । ନୂତନ କାବ୍ୟାନୁବାଦ ପୁସ୍ତକ ପ୍ରଜ୍ଞାଦୂତ ରଚନା ପାଇଁ ପଣ୍ଡିତ ତ୍ରିପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।