କୃଷକ ଓ କୃଷିଜୀବି ମହିଳା ତାଲିମ ଶିବିର


ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି କୃଷକର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାରୁ ସରକାର କୃଷି କୃଷକ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ସମସ୍ତ କୃଷି ବିକାଶ ଯୋଜନାର ସଫଳ ରୂପାୟନ କରି ନିଜକୁ ଉପାର୍ଜନକ୍ଷମ କରିବା ସହିତ ଆର୍ôଥକ ଭାବେ ସଶକ୍ତ ହେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ସଭା ଗୃହରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ଦିନିକିଆ କୃଷକ କୃଷିଜୀବି ମହିଳା ତାଲିମ ଶିବିରରେ ଯୋଗ ଦେଇ କୃଷି ବିଭାଗ ଉଚ୍ଚପଦସ୍ଥ ଅଧିକାରୀ କୃଷି ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି ପଟ୍ଟାମୁଣ୍ଡାଇ କୃଷି ଜିଲ୍ଲା ଅଧିକାରୀ ଦ୍ୱିଜବର ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୁଭ୍ରାଂଶୁ ସାହୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ସମସ୍ତ କୃଷି କୃଷକ କଲ୍ୟାଣ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏହି ତାଲିମ ଶିବିରରେ କେନ୍ଦ୍ରାପଡ଼ା ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ନିର୍ଦେଶକ ପ୍ରଭଞ୍ଜନ କବି କେନ୍ଦ୍ରାପଡ଼ା କୃଷି ବିଭାଗ ସହକାରୀ ନିର୍ଦେଶକ ଅଶୋକ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ କୃଷି କୃଷକ ବିକାଶ ପ୍ରକଳ୍ପ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ ସହକାରୀ ଉଦ୍ୟାନ ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ ପୋଖରୀ ହୁଡ଼ାରେ ଲାଭଜନକ ଅମୃତଭଣ୍ଡା ସଜନା ଗଛ ଲଗାଇ ଲାଭବାନ ହେବାକୁ ପରାମର୍ଶ ଦେଇଥିବାବେଳେ ସହକାରୀ ମତ୍ସ୍ୟ ଅଧିକାରୀ ହରପ୍ରିୟା ବେହେରା ମତ୍ସ୍ୟ ଚାଷ ଉପରେ ଆଲୋକପାତ କରିଥିଲେ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର ମାନସ କୁମାର ବେହେରା ପ୍ରୋଜେକ୍ଟର ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ ମୃତିକା ସଂରକ୍ଷଣ ବିଭାଗ ଇଂ ନିହାରିକା ସାହୁ ସ୍ୱାଗତଭାଷଣ ଗଙ୍ଗାରାମପୁର ସରପଂଚ ସନ୍ତୋଷିନୀ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ ଏହି ତାଲିମ ଶିବିରରେ କୃଷକ ନେତା ସୁଧାଂଶୁ ଜେନା, ଚୌଧୁରୀ ସତ୍ୟବ୍ରତ ରାୟ, ମଥୁରାନନ୍ଦ ଘଡାଇ, ଶରତ ପ୍ରଧାନ, ଦୈତାରୀ ପରିଡା ଜଗନ୍ନାଥ ପ୍ରଧାନ ପ୍ରମୁଖ କୃଷକନେତାମାନେ ଆଲୋଚନା ଭାଗ ନେଇଥିଲେ ଓଶେଷରେ ଗଙ୍ଗାରାମପୁର ପି ଭ୍ରମରବର ଓଝା ଧନ୍ୟବାଦ ଦେଇଥିଲେ ଏହି ତାଲିମ ଶିବିରରେ ତିନି ଶହରୁ ଅଧିକ କୃଷକ ମହିଳା କୃଷିଜୀବି ଭାଗ ନେଇଥିଲେ

 


Next Post

ଚୋରି ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

Wed Sep 27 , 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି ଓ ଲୁଟ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଏକ ଦୋକାନ ଚୋରି ଘଟଣାରେ ଜଣେ ଅପରାଧୀଙ୍କୁ ଶାସ୍ତି ମିଳିଛି ।  ୪ ମାସ ଭିତରେ ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜଣେ ଲୁଟେରାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି […]

KANIKA