ଯୁବତୀଙ୍କୁ ପ୍ରତାରଣା କଲା ଯୁବକ ବିବାହ କରି ଘରକୁ ନେଲାନାହିଁ


କେନ୍ଦ୍ରାପଡ଼ା,୨୮ା୦୯ : ଭୁବନେଶ୍ୱର ଅଞ୍ଚଳରେ ସ୍ୱାତି(ଛଦ୍ମନାମ)ଙ୍କ ସହ କେନ୍ଦ୍ରାପଡା ସହର ସାନ୍ତସାହି ଅଞ୍ଚଳର ଜଣେ ଯୁବକଙ୍କର ପରିଚୟ ହୋଇଥିଲା । ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଦୁହେଁ ଦୁହିଙ୍କୁ ଜାଣିଥିଲେ । ସ୍ୱାତିଙ୍କ ଅନିଚ୍ଛା ସତ୍ତ୍ୱେ ତ୍ୟ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡିତା ଗର୍ଭବତୀ ହେବାରୁ ତାଙ୍କର ଅଜାଣତରେ ଗର୍ଭପାତ କରାଯାଇଥିଲା । ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ୨୦୨୩ ମସିହା ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱର କୋର୍ଟରେ ସେମାନଙ୍କର ବିବାହ ହୋଇଥିଲା । ଏହାପରେ ଦୁହେଁ ପତିପତ୍ନୀ ଭାବେ ରହିଥିଲେ । ତ୍ୟ ପୂର୍ବରୁ ବିବାହିତ ଥିଲେ ମଧ୍ୟ ପୀଡିତାଙ୍କୁ ଏବାବଦରେ ଜାଣିବାକୁ ସୁଯୋଗ ଦେଇନଥିଲେ । ତେବେ ପ୍ରତି ସପ୍ତାହରେ ୩/୪ ଦିନ ଗାଁରେ କାମ ଥିବା କହି ଯାଉଥିବାରୁ ତାଙ୍କର ସନ୍ଦେହ ହୋଇଥିଲା । ପରେ ସେ ଜାଣିବାକୁ ପାଇଥିଲେ ଯେ ତ୍ୟ ତାଙ୍କୁ ବିବାହ କରିବା ପୂର୍ବରୁ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି ଓ ସେ ତାଙ୍କର ଦ୍ୱିତୀୟ ପତ୍ନୀ । ସେ ଠକାମିର ଶିକାର ହୋଇଥିବା ଜାଣି ଭୁବନେଶ୍ୱରର ଭାରତପୁର ଥାନାରେ ଅଗଷ୍ଟ ୨୩ ତାରିଖରେ ଏନେଇ ଏତଲା ଦାୟର କରିଥିଲେ । ପୋଲିସ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା କି, ତ୍ୟ ପ୍ରତି ମାସରେ ତାଙ୍କୁ ୨୦ ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବେ । କିନ୍ତୁ ତ୍ୟ ଆଉ ଧରାଛୁଆଁ ଦେଇନଥିଲେ । ତେଣେ ସ୍ୱାତି ପନର୍ବାର ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବାରୁ ମହିଳା ଥାନା ପୋଲିସ ରାମର୍ଶରେ ଆଜି କେନ୍ଦ୍ରାପଡା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ନ୍ୟାୟ ଦାବି କରି ତ୍ୟଙ୍କ ଘର ଆଗରେ ଆଜି ସନ୍ଧ୍ୟାବେଳେ ଧାରଣାରେ ବସିଥିଲେ । ଗାଁ କମିଟି ଓ ସ୍ଥାନୀୟ ଅଞ୍ଚଳର କାଉଁସିଲର ଏଥିରେ ହସ୍ତକ୍ଷେପ କରିବାରୁ ମାମଲାରେ ସମାଧାନ ପାଇଁ ତ୍ୟ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ନେଇଛନ୍ତି । କାରଣ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଏବେ ଆଲୋଚନା କରିବା ସମ୍ଭବ ନୁହେଁ ବୋଲି ସ୍ଥାନୀୟ ମୁରବୀମାନେ କହିଥିଲେ ଓ ଟାଉନଥାନରେ ମଧ୍ୟ ପ୍ରତିଶୃତି ଦେଇଥିଲେ ।


Next Post

ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ

Thu Sep 28 , 2023
କେନ୍ଦ୍ରାପଡ଼ା,୨୮ା୯ : ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଆଜି କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୫ହଜାରରୁ ଉର୍ଦ୍ଧ୍ୱ ମୁସଲମାନ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ହାଇସ୍କୁଲ ଛକଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ନୂଆ ଇଦଘା ପଡିଆଠାରେ ପହଞ୍ଚିଥିଲା । ଏଥିରେ […]

KANIKA