ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ


କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ବାବର-ବଅଢିଅ ନିକଟରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ମହାକାଳପଡା ଥାନା ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ ।

ସ୍ୱାଗତ ଗତ ୨ ବର୍ଷ ହେବ ରାଜନଗର ବ୍ଲକ ଭାରତ ଫାଇନାସ୍ କମ୍ପାନିରେ କ୍ୟାସ କଲେସନ କର୍ମଚରି ଭାବେ କାମ କରିଆସୁଛନ୍ତି । ଗତକାଲି ସ୍ୱାଗତ ତନ୍ତିଆପାଳ ଥାନା ବାବର ଅଂଚଳକୁ କିସ୍ତି ପଇସା ଆଦାୟ କରିବାକୁ ଆସିଥିଲେ । ସନ୍ଧ୍ୟାବେଳେ ବେଳେ ବାବର ଆଇବି ଛକ ପାଖରେ ସ୍ୱାଗତଙ୍କ ମୋଟର ସାଇକଲ ଥୁଆ ହୋଇଥିଲା । ବାଇକ୍ ପଡ଼ିଥିବା କିଛି ଦୂରରେ ତାଙ୍କ ଚପଲ ଏପଟ ସେପଟ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହି ବାଇକ୍‌ଟି ସ୍ୱାଗତଙ୍କର ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ସ୍ୱାଗତଙ୍କୁ ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚଅଫ୍ ଆସିଥିଲା । ପରିବାର ଲୋକେ ସ୍ୱାଗତଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ପରେ ପରିବାର ପକ୍ଷରୁ ସ୍ୱାଗତଙ୍କ ବଡ଼ ଭାଇ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ସ୍ୱାଗତଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛିା ଏହା ଭିତରେ ୨୪ ଘଂଟାରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସ୍ୱାଗତଙ୍କ କିଛି ସନ୍ଧାନ ମିଳି ପାରିନାହିଁ ।

 


Next Post

ବିଦ୍ୟୁତଲତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମଙ୍କୁ ସହାୟତା ଓ ସମ୍ବର୍ଦ୍ଧନା

Thu Sep 28 , 2023
ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ସମାଜସେବୀ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟା ଦିବଂଗତା ବିଦ୍ୟୁତଲତା ବିଶ୍ୱାଳଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ତରଡ଼ିପାଳ ଠାରେ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି । ଡ଼ ଦେବ ପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ଖବରଦାତା ଚିତ ରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ […]

KANIKA