କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଓ ଓଡିଶା ତାଇକୋଣ୍ଡୋ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସଭାପତି ସଞ୍ଜୟ କୁମାର ଜଗଦେବ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସମ୍ପାଦକ ବିଜୟ କୃଷ୍ଣ ପରିଡା, କଟକ ତାଇକୋଣ୍ଡୋ ସଂଘର ସମ୍ପାଦକ ଶ୍ରୀକାନ୍ତ ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲାର ୧୦ଟି ଶାଖାରୁ ୨୦୦ରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବର ମାସରେ କଟକଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଓପନ୍ ଚମ୍ପିଆନସିପ୍ରେ ଅଂଶଗ୍ରହଣ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।
kanikanews.in
Next Post
ଡିଏଭି ପବ୍ଲିକ ସ୍କୁଲରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ
Sun Oct 1 , 2023
କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ “ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ” କରି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫେଇ ଉପକରଣ ଧରି ସେବା ମାଧ୍ୟମରେ ସଫେଇ କରି ସ୍ୱଛ ରଖିବାର ସଂକଳ୍ପ ନେଇଥିଲେ । ପ୍ରଥମେ ସେମାନେ ଜିଲ୍ଲାପାଳଙ୍କ […]

You May Like
- 6 months ago
ସମାଜସେବୀ କେଶବ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା
- 10 months ago
ଶିବାନନ୍ଦ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳନ