କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ


କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । ଏହି ଅବସରରେ ସ୍ୱେଛାସେବୀମାନେ କଲେଜ ପରିସର ସମେତ କଲେଜ ଛକ ଓ ତିନିମୁହାଣି ଛକ ପ୍ରଭୃତି ସଫେଇ କରିଥିଲେ । ପୈାରପାଳିକାର କର୍ମଚାରୀମାନେ ସ୍ୱେଛାସେବୀମାନଙ୍କ ସହିତ ମିଶି ତିନିମୁହାଣି ବଜାରରେ ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ନକରିବାକୁ ଏବଂ ପରିବେଶକୁ ସ୍ୱଛ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଗୈାର ପ୍ରସାଦ ଷଡଙ୍ଗୀ, ପ୍ରଫେସର ଅଶୋକ କୁମାର ଦାସ, ଜ୍ଞାନେନ୍ଦ୍ର ଦାସ, ରଞ୍ଜିତ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପୈାରପାଳିକାର କର୍ମଚାରୀ ଏବଂ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟ କରିଥିଲେ ।


Next Post

ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ

Wed Oct 4 , 2023
କେନ୍ଦ୍ରାପଡା ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ସଂସ୍ଥାନର ସଭାଗୃହରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ପିତାମ୍ବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବ ତେବେ ମନୁଷ୍ୟ ରୋଗଗ୍ରସ୍ତ ହୋଇଥାଏ । […]

KANIKA