କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ତା ୩/୧୦-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି ଆର ସି ସି ମନୋଜ କୁମାର ମୁଦୁଲିଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ପୋଖରୀଆପଡା କ୍ଲଷ୍ଟର ସି ଆର ସି ସି ମଳୟ ଜେନା ଓ ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ,ପୂର୍ବତନ ଏ ବି ଇ ଓ ଅଭିମନ୍ୟୁ ପଢିଆରୀ, ଶିକ୍ଷକନେତା ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ସି ଆର ସି ସି ଉମାକାନ୍ତ ବେହେରା ଓ ଗୋଦାବରୀଶ ମିଶ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ ।  ସ୍ମିତା ପ୍ରିୟଦର୍ଶନୀ ସାମଲ ସ୍ୱାଗତଭାଷଣ ଓ ମଞ୍ଜୁବାଳା ମଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଶୋକ ପରିଡା ଧନ୍ୟବାଦ ଦେଇଥିଲେ ।  ଏଇ ଅବସରରେ କୋମଳମତି ଶିଶୁ ପ୍ରତିଭାମାନଙ୍କ ମଧ୍ୟରେ ନାଚ, ଗୀତ, ଚିତ୍ରାଙ୍କନ, ବକୃତା, ସାଧାରଣଜ୍ଞାନ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ନାଚ ପାଇଁ ବିଚାରକ ଭାବେ ଗୀତାରାଣୀ ରାୟ, ମଞ୍ଜୁଲତା ରାଉତ, ଉଷାରାଣୀ ରଥ, ତପନ ରାଉତ, ରମେଶ ସ୍ୱାଇଁ, ଅରୂପ ଦାସ ଓ ରେଣୁକା ମହାପାତ୍ର ଯୋଗ ଦେଇଥିବାବେଳେ ସଂଗୀତ ପାଇଁ ବିଚାରକ ଭାବେ ସୁପ୍ରଭା ନାୟକ, ଅଜୟ ସାହୁ, ଅରବିନ୍ଦ ବଳ, କାଞ୍ଚନ ପରିଡା, ବିନ୍ଦିଆ ପ୍ରିୟଦର୍ଶନୀ ନାୟକ, ପ୍ରିୟଙ୍କା ଦାଶ ଯୋଗ ଦେଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ସବିତା ଜେନା, ମଧୁସ୍ମିତା ପାତ୍ର,ସଂଘମିତ୍ରା ମହାନ୍ତି, ସୁଶାନ୍ତ ସାହୁ, ରତ୍ନାକର ପଲାଇ ଯୋଗ ଦେଇଥିବାବେଳେ ବକୃତା ପ୍ରତିଯୋଗିତା ବିଚାରକ ଭାବେ ଶୁକଦେବ ସେଠୀ, ମାନସୀରାଣୀ ତରାଇ, ଅମ୍ବିକା ନାୟକ, ସୁଶାନ୍ତ ମଲିକ, ବିବେକାନନ୍ଦ ମହାନ୍ତି ସୀତାନାଥ ମଲିକ ଯୋଗ ଦେଇଥିଲେ । ଏହାଛଡା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ ଶ୍ରୀକାନ୍ତ ଶତପଥୀ, ଭଜହରି ପରମାଣିକ,ଲୋକନାଥ ନାୟକ, ମଧୁସ୍ମିତା ସ୍ୱାଇଁ ଓ ଅରକ୍ଷିତ ଜେନା ଯୋଗ ଦେଇଥିଲେ । ଅପରାହ୍ନ ଅଧିବେଶନରେ ଆୟୋଜିତ ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ କଖାରୁଣୀ ସରପଞ୍ଚ ରମେଶ ମଲ୍ଲିକ, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ପରିଡା ଓ ବାର୍ଷିଆନ ଶିକ୍ଷକ ବନ ବିହାରୀ ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରିଷ୍ଣା ସ୍ୱାଇଁ ସଂଗୀତା ମଣ୍ଡଳ ପ୍ରମୁଖ ପରିଚାଳନା କରିଥିଲେ । ଏହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ଅଧୀନରେ ଥିବା ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।


Next Post

ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

Wed Oct 4 , 2023
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ଦୋବନ୍ଧା ଗ୍ରାମର ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ‘ସ୍ୱଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକବୃନ୍ଦ, ପରିଚାଳନା କମିଟିର ସଭ୍ୟ/ସଭ୍ୟା ଏକାଠି ହୋଇ ବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ । ଏଥିରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନି କୁମାର ରାଉତ ଯୋଗଦେଇ ସମସ୍ତଙ୍କୁ ପରିସ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦେବା ସହିତ ଏକ ସ୍ୱଛ […]

You May Like