ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା କେନ୍ଦ୍ରାପଡା କଂଗ୍ରେସ



କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସର ପୂର୍ବତନ ସଭାପତି ରଶ୍ମିରଞ୍ଜନ ଚୌଧୁରୀଙ୍କ ଆହ୍ୱାନ କ୍ରମେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଖା କଂଗ୍ରେସ ନେତା, ବରିଷ୍ଠ ନେତୃବୃନ୍ଦ, ପଞ୍ଚାୟତ ଓ ପୌରାଞ୍ଚଳର ପ୍ରତିନିଧି, ଦଳର ପ୍ରାକ୍ତନ ଓ ବର୍ତ୍ତମାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପଛୁଆ ବର୍ଗ କଂଗ୍ରେସର ଉପାଧ୍ୟକ୍ଷ ଫକିର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ହଳଧର ସେଠୀ, ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ପୌରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଜେନା, ନଳିନୀକାନ୍ତ ମହାନ୍ତି, ମହେନ୍ଦ୍ର ପରିଡା, ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ଆଚାର୍ଯ୍ୟ, ଦଳିତ କଂଗ୍ରେସ ନେତା ବସନ୍ତ କୁମାର ସେଠୀ, ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଭ୍ୟ ବିଧୂଭୂଷଣ ମହାପାତ୍ର , ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର ପ୍ରମୁଖ ଯୋଗଦେଇ କିପରି କଂଗ୍ରେସ ସଂଗଠନକୁ ମଜଭୁତ୍ କରାଯିବ, ଦଳର ପୁରୁଖା କର୍ମୀମାନଙ୍କୁ ନେଇ ପ୍ରତ୍ୟେକ ପଞ୍ଚାୟତ ଓ କେନ୍ଦ୍ରାପଡା ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଦଳ ସପକ୍ଷରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ ଓ ଦଳୀୟ ସଂଗଠନକୁ ଆଗେଇ ନେବା ପାଇଁ ବୈଠକମାନ କରାଯିବ ସେ ସମ୍ପର୍କରେ ସଭାପତି ପରାମର୍ଶ ଦେଇଥିଲେ । ନିକଟରେ ଦଳ ଛାଡିଥିବା ନେତାମାନେ ଦୀର୍ଘଦିନରୁ କଂଗ୍ରେସରେ ରହି କଂଗ୍ରେସର କ୍ଷତି କରିଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରି ବ୍ୟକ୍ତିବିଶେଷଙ୍କୁ ବହୁ ପୂର୍ବରୁ ଦଳ ବହିଷ୍କାର କରିଥିଲେ ଭଲ ହୋଇଥାନ୍ତା ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଯେଉଁ କର୍ମକର୍ତ୍ତାମାନେ ଦଳ ଛାଡିଛନ୍ତି ସେମାନଙ୍କ ସ୍ଥାନରେ ଯଥାଶୀଘ୍ର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯିବା ପାଇଁ ଜିଲ୍ଲା ସଭାପତି ଓ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରାଯାଇ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସମସ୍ତେ ଏକତ୍ରୀତ ହୋଇ ଦଳର ସଂଗଠନକୁ ଅଧିକ ସୁସଂଗଠିତ କରିବା ପାଇଁ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀମାନେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ରତ୍ନାକର ସେଠୀ, ପ୍ରଦୀପ କୁମାର ମଳିକ, ବିଜନ କୁମାର ବିଶ୍ୱାଳ, ସସ୍ମିତା ପଣ୍ଡା, ସନ୍ଧ୍ୟାରାଣୀ ରାଉତ, ହରି ସାହୁ, ବବଲୁ ବେହେରା, ଭରତ ତରାଇ, ନଳିନୀ ମହାନ୍ତି, ଉମେଶ ପାଢୀ ଓ ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖଙ୍କୁ କଂଗ୍ରେସ ଦଳର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ନେତା ଭ୍ରମରବର ରାଉତ, ଅଜିତ କୁମାର ସୁଆର, ପ୍ରଫୁଲ୍ଲ ସ୍ୱାଇଁ, ଅବଧୂତ ରାଉତ, ବିଜୟ କୁମାର ବେହେରା, ନିରଞ୍ଜନ ସାହୁ, ସନ୍ତୋଷ କୁମାର ବେହେରା, ହରିଚରଣ ସାହୁ, ବିରଜା ପ୍ରସାଦ ମହାନ୍ତି, ରଜନୀକାନ୍ତ ସାମଲ, ପ୍ରହଲ୍ଲାଦ ବେହେରା, ଦୁର୍ଯ୍ୟୋଧନ ବେହେରା, ମନୋରଞ୍ଜନ ନାୟକ, ରୁଦ୍ରନାରାୟଣ ସ୍ୱାଇଁ, ବିବେକାନନ୍ଦ ସେଠୀ, ଗିରିଜାଶଙ୍କର ସେଠୀ, ଦୀପକ ନାୟକ, ରଞ୍ଜନ ରାଉତ, ମୋହିତ ସାହୁ, ସୁବାଷ ଚନ୍ଦ୍ର ବାରିକ, ନିରଞ୍ଜନ ପରିଡା, ଜୁମର ପ୍ରଧାନ, ବିଜୟ କୁମାର ନାୟକ, ପ୍ରଭାକର ସାହୁ, ସେକ ରକିବ୍‌, ରତ୍ନାକର ସେଠୀ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୌଠକରୁ କେନ୍ଦ୍ରାପଡା କଂଗ୍ରେସ ଅଧିକ ସୁସଂଗଠିତ ହୋଇ ତା’ର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।


Next Post

ପଲ୍ଲୀପ୍ରଗତି ଯୁବକ ସଙ୍ଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

Fri Apr 12 , 2024
କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡାର ପଲ୍ଲୀ ପ୍ରଗତି ଯୁବକ ସଂଘ ପକ୍ଷରୁ ବଛରାଇ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବ୍ଲକର ବଛରାଇ ଗ୍ରାମରେ ପଲ୍ଲୀ ପ୍ରଗତି ଯୁବକ ସଂଘର ଯୁବ ସମାଜ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି । ୧୯୮୫ ମସିହାରେ ସ୍ଥାପିତ ଏହି ଯୁବକ ସଂଘ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ସଫେଇ ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଜନ […]

KANIKA