କେନ୍ଦ୍ରାପଡାରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ ପଦଯାତ୍ରା


କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୭ ନଂ ଜୋନ୍‌ରେ କଂଗ୍ରେସ ତରଫରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ପଦଯାତ୍ରା କାର୍ଯ୍ୟକ୍ରମ ବ୍ଲକ ସଭାପତି ଚିତ୍ରସେନ ପରିଡାଙ୍କ ପୌରୋହିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଏହି ପଦଯାତ୍ରା ଗାଙ୍ଗାପଡା ପଞ୍ଚାୟତର ଭରସିଂହ ଠାରୁ ଆରମ୍ଭ କରାଯାଇଥିଲା ଏବଂ ପଳସିଂହା ପଞ୍ଚାୟତର ବଉଳପଡା, ତେଲିପାଟଣା, ପଳସିଂହା, ଗୋବିନ୍ଦଜୀଉପାଟଣା ଓ ସାତପଡା ପରିକ୍ରମା କରି ସାନମାଣତିଆ ପଞ୍ଚାୟତର ସାନମାଣତିଆ ଗ୍ରାମ ପରିକ୍ରମା କରିଥିଲା । ସାନମାଣତିଆ ପରେ ଏହି ଗ୍ରାମସ୍ଥିତ ଶ୍ରୀ ଶ୍ରୀ ରାମଦାସ ମଠରେ ସମାପନ କରାଯାଇଥିଲା । ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସାମିଲ ହୋଇ ସମବେତ ଜନସାଧାରଣଙ୍କୁ ଦେଶ ତଥା ରାଜ୍ୟର ସାମ୍ପ୍ରତିକ ସ୍ଥିତି ବାବଦରେ ଅବଗତ କରିବା ସହ କଂଗ୍ରେସ ସରକାରର ଅବଦାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଶ୍ରୀ ବେହେରା କହିଥିଲେ ଯେ ଭାରତବର୍ଷରେ ଭାଇଚାରା ଓ ବ୍ୟକ୍ତି ସ୍ୱାଧିନତା ମୋଦୀ ସରକାରରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରରେ କଂଗ୍ରେସ ସରକାରର ପ୍ରତ୍ୟାବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ । ଅନୁରୂପ ଭାବରେ ରାଜ୍ୟରେ ବିଜେଡି ଶାସନରେ କୃଷକ ସମସ୍ୟା, ବେକାରୀ ସମସ୍ୟା ଓ ଦୁରାଚାର ଲଗାମ ହୀନ ଭାବରେ ବଢିଚାଲିଛି । ଫଳତଃ ଲୋକେ ଭିଷଣ ଭାବରେ ଅତିଷ୍ଟ ହୋଇ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି । ରାଜନୈତିକ ପରିବର୍ତ୍ତନ ପାଇଁ କଂଗ୍ରେସକୁ ସମର୍ଥନ ଦେବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସଭାପତି ସେକ୍ ଅରମାନ୍‌, ଡିସିସି ସାଧାରଣ ସମ୍ପାଦକ ଆଶିଷ ମେକାପ, ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ରାଉତ, ପୂର୍ବତନ ସରପଞ୍ଚ ଅଜିତ୍ ମହାପାତ୍ର, ପୂର୍ବତନ ସରପଞ୍ଚ ରମେଶ ବାରିକ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ରାଉତ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ଦଳିତ ନେତା ସରୋଜକାନ୍ତ ମଲ୍ଲିକ, ବିକାଶ କୁମାର ମଲ୍ଲିକ, ସାର୍ଥକ ମହାପାତ୍ର, ସଂକ୍ୟାଲଘୁ ନେତା ସେକ୍ ହାରୁନ୍‌, ସେକ୍ ନିଶାର, ମହମ୍ମଦ ଇଶାକ, ବରିଷ୍ଠ କଂଗ୍ରେସ ନେତା ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା ପ୍ରମୁଖ ନେତୃତ୍ୱ ନେଇ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗଣେଶ୍ୱର ବେହେରାଙ୍କୁ ଆର୍ଶୀବାଦ ଦେବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍କୁର ଚରଣ ଦାସ, ନୃସିଂହ ଚରଣ ନାୟକ, ଉମାକାନ୍ତ ଜେନା, ସୁଶାନ୍ତ ଦାସ, ସେକ୍ ରେହମାନ୍‌, ଅଭିଦ ହୁସେନ୍‌, ସୁକଦେବ ରାଉତ, ଶରତ ବଳ, ଅକ୍ଷୟ କୁମାର ଥାଟୋଇ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଜୟ କୁମାର ମିଶ୍ର, ସୁଶାନ୍ତ କୁମାର ପ୍ରଧାନ, ନବକିଶୋର ମଲ୍ଲିକ, ଜିତେନ୍ଦ୍ର ନାଥ ମହାନ୍ତି, ବାସୁଦେବ ମଲ୍ଲିକ, ମନୋରଞ୍ଜନ ମିଶ୍ର, ବିଜୟ କୁମାର ଗୁଇ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading