ପରିବର୍ତ୍ତନରେ ସାମିଲ ହୁଅନ୍ତୁ,ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମରେ କଂଗ୍ରେସର ଆହ୍ୱାନ


ପ୍ରଦେଶ କଂଗ୍ରେସ  ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୫ନଂ ଜୋନ୍‌ରେ  ଘରେ ଘରେ କଂଗ୍ରେସ, ଘରେ ଘରେ ହାତକାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଜୋନ୍ କଂଗ୍ରେସ ସଭାପତି ତଥା ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଧୂମାତ ପଞ୍ଚାୟତ ଅଧିନସ୍ଥ ଧୂମାତ ଗ୍ରାମର ଗାନ୍ଧୀ ପୀଠ ଠାରୁ ଆରମ୍ଭ ହୋଇ ଧୂମାତ ଓ ଇନ୍ଦୁପୁର ପଞ୍ଚାୟତ ବିଭିନ୍ନ ଗ୍ରାମ ପରିକ୍ରମା କରି ଇନ୍ଦୁପୁର ବଜାରସ୍ଥିତ ଗାନ୍ଧୀ ପୀଠରେ ଉଦ୍‌ଯାପିତ ହୋଇଥିଲା । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ପଦଯାତ୍ରାର ଏହି ଦ୍ୱିତୀୟ ପର୍ବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଡିସିସି ଉପସଭାପତି ପ୍ରଫୁଲ୍ଲ ଦାସ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ସେକ୍ ଅରମାନ୍‌, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କଳାକାର ମଲ୍ଲିକ, ବ୍ଲକ୍ ଅନୁସୂଚିତ ଜାତି କଂଗ୍ରେସ ସଭାପତି ପ୍ରଭାତ କୁମାର ଉଡାନସିଂ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଦଳିତ ନେତା ବସନ୍ତ କୁମାର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ପୂର୍ବତନ ସରପଞ୍ଚ ରାଜନ ଥାଟୋଇ, ଇନ୍ଦୁପୁର ସମବାୟ ସଭାପତି ରୁଦ୍ର ପ୍ରସନ୍ନ ଦାସ, ସଂଖ୍ୟାଲଘୁ ନେତା ସେକ୍ ମନାନ, ସାର୍ଥକ ମହାପାତ୍ର ପ୍ରମୁଖ ଭାଷଣ ଦେଇ ଉପେକ୍ଷିତ କେନ୍ଦ୍ରାପଡାବାସୀଙ୍କ ବହୁବିଧ ସମସ୍ୟା ଉପରେ ଆଲୋକପାତ କରିବା ସହ ଆଗାମୀ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ଆର୍ଶୀବାଦ ଦେଇ ପରିବର୍ତ୍ତନ ଆଣିବାକୁ ନିବେଦନ କରିଥିଲେ । ପିସିସି ଉପସଭାପତି ଗଣେଶ୍ୱର ବେହେରା ଉଦ୍‌ଯାପନୀ ସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ରାପଡାର ସ୍ୱାର୍ଥ, ସମ୍ମାନ ଓ ସ୍ୱାଭିମାନ ପାଇଁ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ପରିହାର୍ଯ୍ୟ ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ବେହେରା କହିଲେ ଯେ ମୁଁ କେନ୍ଦ୍ରାପଡାବାସୀଙ୍କ ସହ ଅଛି, କେନ୍ଦ୍ରାପଡାବାସୀଙ୍କ କଥା କହୁଛି ଓ କେନ୍ଦ୍ରାପଡାବାସୀଙ୍କ ପାଇଁ ଲଢେଇ କରୁଛି। କେନ୍ଦ୍ରାପଡାବାସୀଙ୍କ ସନ୍ନିଛା ଓ ସହଯୋଗକୁ ପାଥେୟ କରି ନୂଆ କେନ୍ଦ୍ରାପଡା ନିର୍ମାଣ ସ୍ୱପ୍ନ ଦେଖୁଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରସାଦ କୁମାର ଜେନା, ରେବତୀରମଣ ନାୟକ, ଶୈଳେନ୍ଦ୍ର ବିଶ୍ୱାଳ, କପିଳ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ସାହୁ, ପବିତ୍ର ମଲ୍ଲିକ, ରସାନନ୍ଦ ମଲ୍ଲିକ, ପ୍ରତାପ ଜେନା, ଅରୁଣ ସାମଲ, ଗଦାଧର ମଲ୍ଲିକ, ମଧୁସୂଦନ ମଲ୍ଲିକ, ପ୍ରତାପ ମଲ୍ଲିକ, ଅବଦୁଲ କରିମ୍‌, ଜ୍ଞାନରଞ୍ଜନ ସାହୁ, ଚିତ୍ତରଞ୍ଜନ ନାୟକ, ଦୟାନିଧି ପରିଡା, ଚୈତନ୍ୟ ପାତ୍ର, ମନୋଜ ଜେନା, ଅକ୍ଷୟ ମଲ୍ଲିକ, ନୀଳକଣ୍ଠ ଦାସ, ଅରବିନ୍ଦ ବେହେରା, ଦୀପକ କୁମାର ମଲ୍ଲିକ, କ୍ଷମାନିଧି ସାମଲ, ଦୀପକ କୁମାର ଭଦ୍ର ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ ।


Next Post

କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପଦଯାତ୍ରା ଉଦ୍‌ଯାପିତ

Thu Oct 12 , 2023
କେନ୍ଦ୍ରାପଡ଼ା, ତା୧୧/୧୦: ଗତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଜୟପ୍ରକାଶ ନାରାୟଣ ଜୟନ୍ତିରେ ଶେଷ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରାଙ୍କ ନେତୃତ୍ୱରେ ଆଗଧାଡିର ବିଜେଡି ନେତା ଓ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡା ସହର ତିନିମୂହାଣୀ ଛକ ସ୍ଥିତ କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ […]

KANIKA