ଭିନ୍ନକ୍ଷମଙ୍କୁ ଯନ୍ତ୍ର ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ ପରିକ୍ଷଣ ଶିବିର


ଭୂବନେଶ୍ୱରର ଆଲମିକୋ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକରେ ସେଣ୍ଟେମ୍ବର ୩୦ତାରିଖ ରୁ ଅକ୍ଟୋବର ୪ତାରିଖ ମଧ୍ୟରେ ୮୦% ରୁ ଅଧିକ ଭିନ୍ନକ୍ଷମତା ଥିବା ପୋଲିଓ ପରବର୍ତ୍ତୀ ସ୍ଥାୟୀ ମାଂସପେଶୀ ଦୁର୍ବଳତା, ଅଙ୍ଗ ଛେଦନ, ଶରୀର ନିମ୍ନଅଙ୍ଗର ଆଂଶିକ ମାଂସପେଶୀ ଦୁର୍ବଳତା, ଦୁଇ ଗୋଡ ପାରାଲିଶିସ (ଦୁର୍ବଳତା) ଓ ଲୋୟର ଳିମ୍ବ ମସଲ ଦୁର୍ବଳତା ବା ଅସୁସ୍ଥତାଙ୍କୁ ପରୀକ୍ଷା କରାଯାଇ ୭୫ ଜଣଙ୍କୁ ଚିହ୍ନଟ କରଯାଇଥିଲା । ଭୂବନେଶ୍ୱରର ଆଲମିକୋରୁ ଆସିଥିବା ଦୁଇଜଣ ବିଶେଷଜ୍ଞ ସେମାନଙ୍କୁ ପରୀକ୍ଷା କରି ୮୦% ବା ଉର୍ଦ୍ଧ ୧୩ ଜଣ, ୭୦% ରୁ ଉର୍ଦ୍ଧ ୪୭ ଜଣ ଓ ୬୦% ରୁ ଉର୍ଦ୍ଧ ୪୪ ଜଣ ୩ଚକିଆ ସାଇକେଲ ପାଇବାକୁ ଯୋଗ୍ୟ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି । ସର୍ବମୋଟ ଆଜି ୧୦୪ ଜଣ ଭିନ୍ନକ୍ଷମ ଏହି ଯନ୍ତ୍ର ଚାଳିତ ତିନି ଚକିଆ ସାଇକେଲ ପାଇବାକୁ ଯୋଗ୍ୟ ହୋଇଥିଲା ବେଳେ ସର୍ବମୋଟ ୧୭୯ ଏହି ଜିଲ୍ଲାର ପାଇବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ଆଇଓସିଏଲ ୧୦୪ ଜଣଙ୍କୁ ଦେବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଜରିଆରେ କରିଥିବା ବେଳେ ଅନ୍ୟ ୭୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମଆରଏଫ) ରୁ ଯୋଗାଇଦେବାକୁ ଜିଲ୍ଲାପାଳ ମଞ୍ଜୁରୀ ଦେଇଥିବା ଜଣାଯାଏ । ଆସନ୍ତା ମାସରେ ଏକ ବୃହତ ବଣ୍ଟନ ମେଳା କରାଯାଇ ଉପରୋକ୍ତ ୧୭୯ ଜଣ ଭିନ୍ନକ୍ଷମଙ୍କୁ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାଯାଏ । ଆଜିର ଶିବିରକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସାମାଜିକ ସୁରକ୍ଷା କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

 


Next Post

କେନ୍ଦ୍ରାପଡ଼ା ସୈନିକ ସଂଘ ତରପରୁ ସିକିମରେ ସହୀଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି

Sat Oct 14 , 2023
କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମ ରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦ ମାନଙ୍କୁ ଦୀପଦାନ ତଥା ପୁଷ୍ପମାଲ୍ୟ ଦିଆଯାଇଥିଲା । ତତ୍ ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ବହୁତ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର […]

KANIKA